ଜାତୀୟ ମାଷ୍ଟର ଏଥଲେଟିକ ଚାମ୍ପିଅନସିପ ଖେଳରେ କିଶୋର ରଥଙ୍କୁ ୩ଟି ବ୍ରୋଞ୍ଜ ମେଡାଲ
ଗଜପତି: ଜାତୀୟ ମାଷ୍ଟର ଏଥଲେଟିକ ଚାମ୍ପିଅନସିପ ଖେଳରେ କିଶୋର ରଥଙ୍କୁ ୩ଟି ବ୍ରୋଞ୍ଜ ମେଡାଲ ପଶ୍ଚିମବଙ୍ଗର ମେଦିନାପୁର ସ୍ଥିତ ଅରବିନ୍ଦ ଷ୍ଟାଡିୟମ୍ ଠାରେ ବେଙ୍ଗଲ ମାଷ୍ଟର୍ସ ଏଥଲେଟିକ ଏସୋସିଏସନ ପକ୍ଷରୁ ୯ତମ ଜାତୀୟ ମାଷ୍ଟର ଏଥେଲେଟିକ ଚାମ୍ପିଅନସିପ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଚାମ୍ପିଅନସିପ ଖେଳ କାର୍ଯ୍ୟକ୍ରମ ଚଳିତ ମାସ ନଭେମ୍ବର ୧୩, ୧୪ ଏବଂ ୧୫ ତାରିଖ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଭାରତର ବିଭିନ୍ନ ରାଜ୍ୟରୁ ୯୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିଅଧ୍ୟରୁ ଓଡ଼ିଶାରୁ ୧୭ ଜଣ ଖେଳାଳି ଭାଗ ନେଇ ୨୯ ଗୋଟି ମେଡାଲ ଜିତିଥିଲେ। । ଏହି ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଓଡ଼ିଶା ତରଫରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମାଷ୍ଟ୍ରସ ଖେଳାଳି ଶ୍ରୀ କିଶୋର ଚନ୍ଦ୍ର ରଥ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ମେଡାଲ, ଲମ୍ବଡିଆଁ ତଥା ଲଙ୍ଗଜମ୍ପ ରେ ବ୍ରୋଞ୍ଜ ମେଡାଲ ଏବଂ ଟ୍ରିପଲ୍ ଜମ୍ପରେ ବ୍ରୋଞ୍ଜ ଏହିଭଳି ୩ ଗୋଗି ବ୍ରୋଞ୍ଜ ମେଡାଲ ଜିତି ଗଜପତି ଜିଲ୍ଲାର ଗୌରବ ବଢାଇଛନ୍ତି। ମାଷ୍ଟର୍ସ ଖେଳାଳି ଶ୍ରୀ କିଶୋର ରଥଙ୍କ ଏଭଳି ସଫଳତା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଯଥା: ସାହିତ୍ୟିକ ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ , ମଞ୍ଚ କଳାକାର ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ, ଟୁକୁନା ଦାସ , ବାବୁଲି ପାତ୍ର, ବାଲାଜୀ ବରାଡ, ଟୁକୁନା ବେହେରା, ବାବୁଲି ରାଜଗୁରୁ, ସୁଧି ପାଣିଗ୍ରାହି ପ୍ରମୁଖ ଶୁଭକାମନା ଜଣାଇଛନ୍ତି । ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)
