ଓଡ଼ିଶା ସାମ୍ବାଦିକ ସଙ୍ଘର ସାଧାରଣ ବୈଠକ ଓ ନୂତନ ସଦସ୍ୟ ଯୋଗଦାନ
ଜଗତସିଂହପୁର ୧୫/୧୧ ଜଗତସିଂହପୁର ଓଡ଼ିଶା ସାମ୍ବାଦିକ ସଙ୍ଘ ଜଗତସିଂହପୁର ଜ଼ିଲ୍ଲା ଶାଖା ପକ୍ଷରୁ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ପରିସରରେ ଏକ ସାଧାରଣ ବୈଠକ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ରାଜ୍ୟ ସମ୍ପାଦକ ଡ଼ଃ. ସୁନାକାର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟୁକନ ଚରଣ ସେଠି, ଜ଼ିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ, ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଓଡ଼ିଶା ସାମ୍ବାଦିକ ସଙ୍ଘରେ କାର୍ଯ୍ୟକ୍ରମ, ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ନୂତନ ସଦସ୍ୟ ଭାବେ ଯୋଗଦେଇଥିଲେ l ଏହି ଅବସରରେ ଶରତ କୁମାର ଦାଶ, ଭାଗବତ ପ୍ରସାଦ, ସେଖ ସନୱାର ଅଲ୍ଲୀ, କବିତା ଦାଶ, ସୋନାଲି ପଣ୍ଡା, କେଶବ ଚନ୍ଦ୍ର ପଣ୍ଡା, ଅମୁଲ୍ୟ କୁମାର ଦାସ ପ୍ରମୁଖ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଛ ଦିଆଯାଇ ସଂଘରେ ନୂତନ ସଦସ୍ୟ ଭାବେ ସାମିଲ କରାଯାଇଥିଲା l ଏଥିରେ ସଂଗଠନ ସମ୍ପାଦକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ସୁଶୀଲ ମହାପାତ୍ର, ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ସଙ୍ଘର ସଦସ୍ୟ ଓ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ l ଶେଷରେ ଓଡ଼ିଶା ସାମ୍ବାଦିକ ସଙ୍ଘ ଜ଼ିଲ୍ଲା ଉପସଭାପତି ରଞ୍ଜନ ଖୁଣ୍ଟିଆ ମଞ୍ଚ ସଂଚାଳନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
