ଆଜିର ଖବର ….
୧-କନ୍ଧମାଳ,ରାଇକିଆ:ରଖେ ହରି ତ ମାରେ କିଏ।ବାତ୍ୟା ଅର୍ଣ୍ଣବରେ ଶିକ୍ଷକ ମୋହନ ମହାରଣା ମୃତ ବୋଲି ଭାବି ନେଇଥିଲେ ପରିବାର; ୧୫ ଦିନ ପରେ ପାହାଡ଼ ଖୋଲରୁ ଉଦ୍ଧାର ହେଲା ଜୀବନ, ରେସ୍କ୍ୟୁକୁ ନେଇ ଚର୍ଚ୍ଚା।
୨-ଆଜି ଉପରାଷ୍ଟ୍ର ପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷାରେ ମୁତୟନ ହେବେ ୪୫ ପ୍ଲାଟୁନ୍ ଫୋର୍ସ।
୩-ଭୁବନେଶ୍ୱର: ଦୀର୍ଘ ଦିନର ଦାବି ପାଇଁ ୨୭ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ।
୪-ଭୂମିକମ୍ପ ପରେ ଓଡ଼ିଶାକୁ ବଜ୍ରପାତ ଭୟ ! ଦେଶରେ ମୃତ୍ୟୁ ସଂଖ୍ୟାରେ ପଞ୍ଚମ ସ୍ଥାନ, ଚାଷ ଜମିକୁ ବି ବିପଦ।
୫-କାର୍ତ୍ତିକରେ ବି ଆମିଷ ମହଙ୍ଗା;ଦର କମିବାର ନାଁ ଧରୁନି, ରୋହି ଓ ଭାକୁର ଦରରେ ନିଆଁ।
୬-IITF ୨୦୨୬ରେ ଚମକିଲା ଓଡ଼ିଶା; ହସ୍ତତନ୍ତରୁ କୋରାପୁଟ କଫି, ସବୁଠି ଓଡ଼ିଆ ଛାପ, ଅନୁ ଗର୍ଗ କଲେ ଓଡ଼ିଶା ପାଭିଲିୟନ୍ ଉଦ୍ଘାଟନ।
୭-ବଙ୍ଗୋପସାଗର ରେ ସୃଷ୍ଟି ହେଲା ଅବପାତ; ୧୮, ୧୯ ଓ ୨୦ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା।
୮-ସାମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି, ଗଭୀର ସମୁଦ୍ର ଭିତରକୁ ନ ଯିବା ପାଇଁ ରହିଛି ବାରଣ।
୯-ଆରମ୍ଭ ହେଲାଣି ପଞ୍ଚାୟତ ପାଗଭିଡ଼ା; ଘନ ଘନ ଜିଲ୍ଲାଗସ୍ତରେ ସିଏମ ମୋହନ, ଗ୍ରାଉଣ୍ଡକୁ ଓହ୍ଲାଇଲେଣି କେନ୍ଦ୍ରମନ୍ତ୍ରୀଙ୍କ ସହ ଛାମୁଆ ନେତୃତ୍ୱ।
୧୦-ବାଲେଶ୍ବର ଟାଉନ ଥାନା ପାତ୍ରପଡ଼ାରେ ଘରେ ପଶି ହାଣିବା ଘଟଣା । ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
୧୧-ଗଜପତି,ସିଙ୍ଗିପୁର ଗାଁ:ବେଆଇନ ମଦ ଭାଟି ଉପରେ ବଡ଼ ଚଢ଼ାଉ, ନଷ୍ଟ ହେଲା ୧୫,୨୦୦ ଲିଟର ପୋଚ।
୧୨-ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ହାଇ-ଆଲର୍ଟରେ ଗଞ୍ଜାମ ପ୍ରଶାସନ, ଅଧିକାରୀଙ୍କ ଛୁଟି ବାତିଲ।
୧୩-ଛତିଶଗଡ଼:ସୁସ୍ଥ ହୋଇ ଫେରୁଥିଲେ ଶବ ହୋଇଗଲେ, ଟ୍ରକ ପଛପଟେ ପିଟିହେଲା ଆମ୍ବୁଲାନ୍ସ । ଦୁଇ ମହିଳାଙ୍କ ମୃତ୍ୟୁ। ୩ ଗୁରୁତର।
୧୪-ହାରୁଥିବା ମ୍ୟାଚ୍କୁ ଛଡ଼ାଇ ଆଣିଲେ ଭାରତୀୟ ବୋଲର, ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଜିତିଲା ଦିନିକିଆ ସିରିଜ୍।
୧୫-୨୦୩୫ ଯାଏଁ କ୍ରିକେଟ୍ର ରୋଡମ୍ୟାପ୍ ଚୂଡ଼ାନ୍ତ, ଭାରତରେ ହେବ ୨୦୨୯ ଚମ୍ପିୟାନ ଟ୍ରଫି,୨୦୩୧ରେ ବିଶ୍ୱକପ୍।
୧୬-ଦ୍ୱିତୀୟଥର ବିବାହ ବନ୍ଧନରେ ଆବଦ୍ଧ ହେଲେ ଟିଭି ଅଭିନେତା ନନ୍ଦିଶ ସିଂହ ସାନ୍ଧୁ, କବିତା ବାନାର୍ଜୀଙ୍କୁ କଲେ ଜୀବନସାଥୀ।
୧୭-ବିହାରର ପାଟନାରେ ବଡ଼ ଅଘଟଣ: ଛଠ୍ ପୂଜା ସମୟରେ ନଦୀରେ ବୁଡ଼ିଗଲେ ୩ ନାବାଳକ।
୧୮-ବ୍ରିଟିଶ ନାଗରିକତ୍ୱ ଗ୍ରହଣ କଲେ ପଳାତକ ଲଳିତ ମୋଦୀ, ୧୬ ବର୍ଷ ହେବ ଭାରତରୁ ଥିଲେ ଫେରାର।
୧୯-ବିହାରରେ ବଡ଼ ଅଘଟଣ: ଛଠ୍ ପୂଜା ସମୟରେ ନଦୀରେ ବୁଡ଼ିଗଲେ ୩ ନାବାଳକ।
୨୦-କ୍ଷମତା ପାଇବା ପାଇଁ ଦେଶକୁ ବଦନାମ କରନା: ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଡ଼ା ଜବାବ।
