April 25, 2026

ବୀଣାପାଣି ମଣ୍ଡପରେ ପାଳିତ ହେଲା ତିର୍ତ୍ତୋଲ ସାମ୍ବାଦିକ ସଂଘର ” ରାଷ୍ଟ୍ରୀୟ ପତ୍ରକାର ଦିବସ ” ..

IMG-20251116-WA0090
Share

 

 

ରାଷ୍ଟ୍ରୀୟ ପତ୍ରକାର ଦିବସ ଅବସରରେ ତିର୍ତ୍ତୋଲ ସାମ୍ବାଦିକ ସଂଘ ତିର୍ତ୍ତୋଲ, ସରଣୀସ୍ଥିତ ବୀଣାପାଣି ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ l ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ଆଇ.ଆଇ.ସି. ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସେଠୀ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଥିଲେ ତିର୍ତ୍ତୋଲ ଥାନାର ଅତିରିକ୍ତ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱାଳ ବାବୁ l ସାମ୍ବାଦିକ ସଂଘର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଟୁକନ ଚରଣ ସେଠୀ ଏହି ସଭାରେ ସଭାପତିତ୍ୱ କରିଥିଲେ ଏବଂ ଉପସ୍ଥିତ ଥିଲେ ସଙ୍ଘର ସମ୍ପାଦକ ସୌରଜିତ ପଡିହାରୀ ଓ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଅମର ଜ୍ୟୋତି ସାହୁ ସଭା ପରିଚାଳନା କରିଥିଲେ l ସାମ୍ବାଦିକ ମାନଙ୍କ ମଧ୍ୟରେ ଶ୍ରୀବତ୍ସ ଲାଂଛନ ପାଢ଼ୀ, ଚନ୍ଦ୍ରକାନ୍ତ ବାରିକ, ଭାଗବତ ପ୍ରସାଦ, ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପୃଷ୍ଟି , ମାନସ କୁମାର ସୁତାର ପ୍ରମୁଖ “ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ର ଆବଶ୍ୟକତା” ଶୀର୍ଷକ ମନ୍ତବ୍ୟ ପ୍ରଦାନ କରି ଥିବା ବେଳେ, ଆମନ୍ତ୍ରିତ ଅତିଥି ମାନେ ସାମ୍ବିଧାନ ରେ ଗଣମାଧ୍ୟମ ର ଭୂମିକା ଓ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ l ସରକାରୀ ସ୍ତରରେ ସାମ୍ବାଦିକ ମାନେ ଅବହେଳାର ପାତ୍ର ପାଲଟିଥିବା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ରୁ ଆଇନିଗତ ସୁରକ୍ଷା ନ ଯୋଗାଇବା ଆଲୋଚନା ର ବିଷୟ ପାଲଟିଥିଲା l ସାମ୍ବାଦିକ ମାନେ ନିର୍ଭିକ ଓ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ପାଇଁ ସଭାପତି ଶ୍ରୀଯୁକ୍ତ ସେଠୀ ଆହ୍ୱାନ ଦେଇଥିଲେ l ଶେଷରେ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।