April 25, 2026

ସୀମାନ୍ତ ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ..

IMG-20251116-WA0098
Share

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟ ଠାରେ ସୀମାନ୍ତ ସାମ୍ବାଦିକ ସଂଘ ପାତ୍ରପୁର ପକ୍ଷରୁ ଜାତୀୟ ପ୍ରେସ ଦିବସ ol ପାଳିତ ହୋଇଯାଇଛି । ସଂଘ ସଭାପତି ନୀଳାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ଫୋକସ ପ୍ଲସ ମୁଖ୍ୟ ତଥା ସୁଧାଂଶୁ ଫାଉଣ୍ଡେସନ ମୁଖ୍ୟ ଡ.ସୁଧାଂସୁ ଶେଖର ରାଉତ, ସମ୍ମାନିତ ଅତିଥି ଭାବେ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରୀଶ ଚନ୍ଦ୍ର ବେହେରା ଓ ବରିଷ୍ଠ ସାମ୍ବାଦିକ ବିଭୂଧେନ୍ଦ୍ର ପାଢୀ ମଞ୍ଚାସୀନ ହୋଇଥିଲେ । ସମ୍ପାଦକ ମାଧବ ବାଡତ୍ୟା ସ୍ଵାଗତ ସମ୍ଭାଷଣ ପ୍ରଦାନ କରି ବୀବରଣୀ ପଠନ କରିଥିଲେ। ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ଭରତ ପତି ମହାବିଦ୍ୟାଳୟ ଓ ପୋଲରାଜ ପୁର ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ପାତ୍ରପୁର, ଚିକିଟୀ, ଦିଗପହଣ୍ଡି, ସାନଖେମୁଣ୍ଡି, ରଙ୍ଗେଇଲୁଣ୍ଡା ଓ ପଡୋଶୀ ଆନ୍ଧ୍ରର ସାମ୍ବାଦିକଙ୍କୁ ନେଇ ଏହି ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ “ବିକାଶର ସୂତ୍ରଧର କିଏ ? ରାଜନେତା ନା ଗଣମାଧ୍ୟମ” ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଅତିଥି ମାନେ ନିଜ ନିଜ ମତ ପ୍ରକାଶ କରିବା ସହ ସମାଜର ବିକାଶ ପାଇଁ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହ ବିଧାୟକ ଅଞ୍ଚଳର ବିକାଶ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଥିଲେ । ସେହିଭଳି ଉକ୍ତ ଆଲୋଚନା ଚକ୍ର ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ସିଲ୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶବ ବାହକ ସନ୍ତୋଷ ମହାନ୍ତି, ସମାଜ ସଚେତକ ରାମ ଗୋପାଳ ପାଢ଼ୀ ଓ ଜଙ୍ଗଲରେ ୧୭ ଦିନ ନିରୁଦ୍ଧିଷ୍ଟ ରହି ଗୃହକୁ ଫେରି ଆସିଥିବା ଏକାଦଶୀ ବେହେରା ଙ୍କୁ ଅତିଥି ମାନଙ୍କ ଦ୍ବାରା ସ୍ଵତନ୍ତ୍ର ସମ୍ମାନୀତ କରାଯାଇଥିଲା ।ସେହିଭଳି ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ଓ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ମାଧବ ବାଡତ୍ୟା ପରିଚାଳନା କରିଥିବା ବେଳେ ସନ୍ତୋଷ ମହାପାତ୍ର, ଉମାଚରଣ ନେପାକ, ରାଜେଶ ସେଠୀ, ବଦ୍ରୀ ନାରାୟଣ ରଣା, ଆଲୁ ଜୟ ପ୍ରକାଶ, ଅଞ୍ଚଳେଶ୍ୱର ପଟ୍ଟନାୟକ, ଗୌରାଙ୍ଗ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।  (ଚିକିଟି ଶୁଭଶ୍ରୀ ପ୍ରଧାନ)