୩୧କିଲୋ ଗଞ୍ଜେଇ,ଡ଼ିଜାର କାର ଜବତ ମାଫିଆ ଗିରଫ
ମୋହନା—ଅଡ଼ବା ପୁଲିସକୁ ସଫଳତା । ଗଞ୍ଜେଇ ମାଫିଆ ମାନେ କେତେ ବୋହିଲେ ମଧ୍ୟ ସରୁନି ଗଞ୍ଜେଇ ଚ଼ାରା ଚାଲାଣ | ଆଜି ଅଡ଼ବା ପୁଲିସ ସ୍ଥାନୀୟ ଥାନା ନିକଟ ବାଟୁମା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଡ଼ିଜାର କାର ଗାଡ଼ି ନଂ-୦୭ ଇ୩୩୯୯ ଦୃତ ଗତିରେ ଆସୁଥିବା ଦେଖି ତାକୁ ଅଡ଼ବା ନିକଟ ନୂଆଁ ଶଙ୍ଖଠାରେ ସନ୍ଦେହରେ ଅଟକାଇ ଥିଲେ। ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ଗାଡ଼ି ମଧ୍ୟରେ ଜରି ବ୍ୟାଗରେ ଭର୍ତ୍ତି କରି ରଖାଯାଇଥିବା ଗଞ୍ଜେଇ ବସ୍ତା ଗୁଡ଼ିକୁ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୩୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅତିରିକ୍ତ ତହସିଲଦାର ଅଶୋକ ମୁଦୁଲିଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡ଼ିକୁ ଓଜନ କରାଯାଇଥିଲା। ଗିରଫ ଆସାମୀ ଜଣକ ହେଲେ ଅଡବା ଥାନା ଅନ୍ତର୍ଗତ କାଲେମା ଗାଁର ରାହୁଲ ବେହେରା। ସେ ବ୍ରହ୍ମପୁରକୁ ଚାଲାଣ କରୁଥିବା ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।
