April 26, 2026

ଗଜପତିଜିଲ୍ଲାର ମୋହନା ଓ ଅଡବା ଥାନା ଅଂଚଳରେ ପ୍ରୁଥକ ପୃଥକ ଭାବେ ସଡ଼କ ଦୁର୍ଘଟଣାରେ ୩ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ

IMG-20251116-WA0078
Share

୍ଥ

 

ପାରଳାଖେମୁଣ୍ଡି:୧୬/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ପୃଥକ ପୃଥକ ବାଇକ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି. ଗତକାଲି ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଲଦିଗୁଡ଼ା ଗ୍ରାମର ଅଜୟ ରଇତ (୨୨) ଏକ ବାଇକ ଯୋଗେ ନିଜ ଭାଉଜ ବାସନ୍ତୀ ମଣ୍ଡଳ(୨୫)ଙ୍କ ସହ କୌଣସି କାମରେ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମକୁ ଯାଉଥିଲେ। ଗ୍ରାମଠାରୁ କିଛି ଦୂର ଲଦିଗୁଡ଼ା ଘାଟି ବୁଲାଣିରେ ଏକ ଅଟୋକୁ ଅତିକ୍ରମ କରି ଆଗକୁ ଯିବା ସମୟରେ ବାଇକର ଭାରସାମ୍ୟ ରକ୍ଷା କରିନପାରି ରାସ୍ତାକଡକୁ ଉଭୟେ ଛିଟିକି ପଡ଼ିଥିଲେ। ଫଳରେ ଉଭୟେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ଖବର ପାଇ ଏକ ଅଟୋ ଦ୍ୱାରା ଦୁହିଁଙ୍କୁ ମୋହନା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଅଜୟଙ୍କ ମୁଣ୍ଡ,ଅଣ୍ଟା ଓ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ବାସନ୍ତୀଙ୍କ ନାକ ଓ ଗୋଡରେ ଆଘାତ ଲାଗିଛି। ଏଣୁ ୨ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଡ଼ାକ୍ତର ରୀତେଶ କୁମାର ପାଢ଼ୀ ସ୍ଥାନାନ୍ତର କରିଛନ୍ତି।

ସେହିପରି ଗତକାଲି ମଧ୍ୟାହ୍ନ ସମୟରେ ବାଇକ ସହ ସ୍କୁଟିର ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଓ ୨ଜଣ ଆହତ ହୋଇଛନ୍ତି। ମୋହନା ଥାନା ଅନ୍ତର୍ଗତ ନିଜୁମା ଗାଁର ଜଗନ୍ନାଥ ମଳିକ(୧୮) ଓ ରା.ଉଦୟଗିରି ଥାନା ଅନ୍ତର୍ଗତ ବରେଇ ଗାଁର ସଲିମ ରଇତ (୨୪) ଏକ ବାଇକ ଯୋଗେ ବ୍ରହ୍ମପୁରରୁ ନିଜ ଗାଁକୁ ଯାଉଥିବା ବେଳେ ଅପରପାର୍ଶ୍ଵ ଅଡବା ଥାନା ଅନ୍ତର୍ଗତ ନିଧିଗୁଡ଼ି ଗ୍ରାମରୁ ମହଞ୍ଜୟ ରଇତ ( ୨୨) ଏକ ସ୍କୁଟି ଯୋଗେ ଖଜୁରିପଦା ଗାଁକୁ ଯିବା ସମୟରେ ଚାନ୍ଦିପୁଟ ଅଧିନ ଖାରିଢ଼େପ ଗ୍ରାମ ନିକଟ ବୁଲାଣି ରାସ୍ତାରେ ବାଇକ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ମହଞ୍ଜୟ ଗୁରୁତର ହେବା ସହ ତାଙ୍କ ମୁଣ୍ଡରେ ଗଭୀର ଲାଗିଥିବା ଯୋଗୁଁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼.ସିମରାନ ବିଷୋୟୀ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ପୃଥକ ଦୁର୍ଘଟଣାର ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।