ସାମାନ୍ୟ ବଚସାରୁ ଗଣ୍ଡଗୋଳ, ୨ ଆହତ

ବୁଗୁଡ଼ା : ତା ୧୬/୧୧/୨୫ : ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମ ନିକଟ ରାସ୍ତାରେ ଦୁଇ ଜଣଙ୍କ ମଧ୍ଯରେ ଗଣ୍ଡଗୋଳ ଘଟି ଉଭୟେ ଆହତ ହୋଇଥିବା ଜଣାଯାଇଛି। ଆହତ ଦ୍ବୟ ହେଲେ ବି.କରଡ଼ାବାଡ଼ି ଗ୍ରାମର ନାରାୟଣ ନାଇକ (୩୫) ଓ ମହୁଲପଲ୍ଲୀ ଗ୍ରାମର ସମ୍ବିତ ସାହୁ (୧୭) । ଘଟଣାରୁ ପ୍ରକାଶ ଯେ, ସମ୍ବିତ ବାଇକ ଯୋଗେ ମହୁଲପଲ୍ଲୀ ଗାଁରୁ ବି.କରଡ଼ାବାଡ଼ି ଗାଁକୁ ବିଲମାଳ ସଂକୀର୍ଣ୍ଣ ରାସ୍ତାରେ ଆସୁଥିବା ବେଳେ ରାସ୍ତା ମଝିରେ ନାରାୟଣ ଠିଆ ହୋଇଥିଲେ। ନାରାୟଣଙ୍କୁ ବାଟ ଛାଡିବା ପାଇଁ ସମ୍ବିତ୍ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ପରେ ଗଣ୍ଡଗୋଳ ହୋଇଥିଲା । ରାସ୍ତାକଡରେ ପଡିଥିବା କାଠବାଡିକୁ ଧରି ଦୁହେଁ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା ଏବଂ ସେମାନେ ଆସି ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏ ନେଇ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
