ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘର ବଣଭୋଜି ଉତ୍ସବ ଅନୁଷ୍ଠିତ

ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘ ପକ୍ଷରୁ ତାଳବଣିଆ ଠାରେ ମହାଡ଼ମ୍ବରରେ ବଣଭୋଜି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ଦୁର୍ଗାଚରଣ ଖୁଣ୍ଟିଆଙ୍କ ସଭାପତିତ୍ୱ ରେ ଏହି ବଣଭୋଜି ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ରେଲୱେ ଅଟୋ ଚାଳକ ସଂଘ ସହିତ ପୁରୀ ଜିଲ୍ଲାର ସମସ୍ତ ବ୍ଲକର ଅଟୋ ଚାଳକ ମାନେ ଯୋଗଦେବା ସହିତ ପୁରୀ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱ, ଓକିଲ, ସାମ୍ବାଦିକ ଙ୍କ ସହିତ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସହିତ ପୂର୍ବତନ କାଉଁସିଲର ମାନେ ଏହି ବଣଭୋଜି ଉତ୍ସବରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସଂଘର ସଭାପତି ତଥା ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
