ଆଜିର ଖବର..
ରାଜ୍ୟରେ ଶୀତ ଲାଗି ରହିବ। କାଲିର ତାପମାତ୍ରା ଫୁଲବାଣୀ ଓ ଝାରସୁଗୁଡା ୯ ଡିଗ୍ରୀ, ଭବାନୀପାଟଣା ୧୧, କୋରାପୁଟ ୧୩, ନବରଙ୍ଗପୁର ୧୨, ରାୟଗଡ଼ା ୧୪, ବଲାଙ୍ଗୀର ୧୩, ଅନୁଗୁଳ ୧୨, ସୋନପୁର ୧୪, ଢେଙ୍କାନାଳ ୧୩, ସମ୍ବଲପୁର ୧୩, ରାଉରକେଲା ଓ କେନ୍ଦୁଝର ୧୨ ଡିଗ୍ରୀ
ପ୍ରକାଶ ପାଇଲା ସ୍ୱତନ୍ତ୍ର OTET ପରୀକ୍ଷା ଫଳ। ୭୫, ୪୦୩ ଜଣଙ୍କ ମଧ୍ୟରୁ ୪୮,୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ୬୬.୫ ପ୍ରତିଶତ
ରାଜ୍ୟରେ ନୂଆ ୪୪୩୩ ନର୍ସିଂ ଅଧିକାରୀ ପଦ ସୃଷ୍ଟି। ସେମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଉପସ୍ବାସ୍ଥ୍ଯ କେନ୍ଦ୍ର ଗୁଡିକରେ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ।
ଆସନ୍ତା ୧୯ ତାରିଖ ବୁଧବାର ଦିନ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ହେବ ।
ରାଜ୍ୟର ସମସ୍ତ ବନ୍ଦରରେ ତଟରକ୍ଷୀ ଜାହାଜ ମୁତୟନ ହେବ ବୋଲି କହିଲେ କୋଷ୍ଟଗାର୍ଡ ଆଇଜି।
ଆଜିଠାରୁ ସଡ଼କ ସୁରକ୍ଷା ପକ୍ଷ। ଏହି ସମୟରେ ନିୟମ ଭାଙ୍ଗିଲେ କଡ଼ା ଦଣ୍ଡ ମିଳିବ।
ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସରେ ୧୩୪୫ କୋଟିର ପ୍ରକଳ୍ପ ଉଦ୍ଘାଟିତ, ୬୦୯ କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେଲା
ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ବାଘ ଗଣନା, ୪ଟି ଟିମ୍ ରେ ୩୦୦ କର୍ମଚାରୀ ନିୟୋଜିତ ହେବେ
କଟକ ବାଲିଯାତ୍ରା ଶେଷ, ଏବେ ପଡିଆ ପାଲଟିଛି ନର୍କକୁଣ୍ଡ। ଅସ୍ୱାସ୍ଥ୍ୟକର ପରିବେଶ, ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧ ଭର୍ତ୍ତି।
ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ଭର୍ତ୍ତି, ୨୪ ଘଣ୍ଟାରେ ସ୍ୱାସ୍ଥ୍ୟବସ୍ଥାରେ ହୋଇନି ଉନ୍ନତି। ସରକାର ଓ ଓଡ଼ିଶାବାସୀଙ୍କୁ ସାହାଯ୍ୟ ମାଗିଲେ ହ୍ୟୁମାନଙ୍କ ମାଆ
ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ଝଟକା, ପିଟିସନ୍ ଖାରଜ କଲେ କୋର୍ଟ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ତିନି ଛୁଆ ଥାଇ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କଲାପରେ ପୁଣି ପୁଅ ହେଲା। କଷ୍ଟରେ ଅଛନ୍ତି ଗରୀବ ପରିବାର
କୋରାପୁଟ ଜିଲ୍ଲା କୋଟିଆରେ ପୁଣି ତଳଗଞ୍ଜେଇପଦର ଗାଁରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ୍। ଓଡିଶା କର୍ମଚାରୀଙ୍କ ସହ ଝଗଡା କରି ଫେରିଲେ।
ବାରିପଦାରେ ମୋବାଇଲ ଚାର୍ଜ ବସାଇ କଥା ହେବା ବେଳେ ହେଲା ବିସ୍ଫୋରଣ, ଯୁବକର ହାତ ପାପୁଲି ନଷ୍ଟ ହେଲା
ବାଲେଶ୍ଵର ସୋରରେ ସିରିଜ୍ ଦୁର୍ଘଟଣା। ୩ଟି ବାଇକକୁ କାର୍ ପିଟିଲା, ୪ ଜଣ ଗୁରୁତର।
ମାଲକାନଗିରି କାଲିମେଳାରେ ବାନ୍ଧବୀକୁ ଆଇଫୋନ ଉପହାର ଦେବାପାଇଁ ଯୁବକର ଗଞ୍ଜେଇ ବେପାର। ୨୨ କେଜି ଗଞ୍ଜେଇ ସହ ଦୁଇ ବନ୍ଧୁ ଗିରଫ।
କେନ୍ଦ୍ରାପଡା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଂଚଳରେ ବେଆଇନ ଭାବରେ ମାଛ ଧରୁଥିବା ବେଳେ ଦୁଇଟି ଟ୍ରଲର ଜବତ, ୧୯ ଜଣ ମସ୍ୟଜୀବୀ ଗିରଫ
ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ପୁଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା। ଘର ପଛପଟୁ ମୃତଦେହ ଉଦ୍ଧାର, ଜଣେ ଅଟକ। ମୃତକ ଉଦୟରଂଜନ ପଟ୍ଟନାୟକ।
ଭୁବନେଶ୍ୱର ସହିଦନଗର ହାଟରେ ଥିବା ଦୀପ ଦୋକାନରେ ଅଗ୍ନିକାଣ୍ଡ ଘଟି ବାଲିପାଟଣା ଥାନା ବନମାଳିପୁର ଅଞ୍ଚଳର କୁଳମଣି ସାହୁ ଜୀବନ୍ତ ଜଳିଗଲେ
ଢେଙ୍କାନାଳ ଭୁବନରେ ପୁତ୍ରସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ୱାମୀ ବାବୁଲା ନାୟକ।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍ରେ ଶଯ୍ୟା ସଂଖ୍ୟା ୧୦୦୦, କିନ୍ତୁ ଆଇସିୟୁ ସଂଖ୍ୟା ମାତ୍ର ୧୪। ପ୍ରତିଦିନ ଶହଶହ ରୋଗୀ ଫେରୁଛନ୍ତି
ପଶ୍ଚିମବଙ୍ଗ ସାଂସଦ, ଓଡ଼ିଆ ବୋହୁ ମହୂଆ ମୈତ୍ରଙ୍କୁ ଅଡୁଆ। ୪ ସପ୍ତାହରେ ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଲୋକପାଳଙ୍କ ନିର୍ଦ୍ଦେଶ ଦେଲେ
ମୁମ୍ବାଇ ଭସାଇରେ ହନୁମନ୍ତ ବିଦ୍ୟାମନ୍ଦିରରେ ବିଳମ୍ବରେ ପହଞ୍ଚିବାରୁ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଶହେଥର ଉଠ୍ ବସ୍ କରାଇଲେ, ଛାତ୍ରୀ ମୃତ।
ବିହାରରେ ରାଜନୀତି ଛାଡ଼ିବା ସହ ପରିବାର ସହିତ ସମ୍ପର୍କ ଭାଙ୍ଗିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ।
ଶ୍ରୀନଗରରେ ସୁରକ୍ଷା ଫେଲ। ନୌଗାମ ପୁଲିସ ଷ୍ଟେସନ ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ, ୩୦ ଜଣ ଆହତ। ଡିଜିପି କହିଲେ ଏହା କେବଳ ଏକ ଦୁର୍ଘଟଣା।
*ଗତବର୍ଷ ଏହି ସମୟରେ*
ସୁନ୍ଦରଗଡ ଓ ନୟାଗଡରେ ସୁନା ହଲମାର୍କିଂ ହେବ ବୋଲି ନିଷ୍ପତ୍ତି।
ପେସା ଆଇନ ଲାଗୁ ହେବ, ପଲ୍ଲୀସଭାରେ ମତାମତ ନିଆଯିବ, ଆଦିବାସୀଙ୍କୁ ଅଧିକ ଅଧିକାର ଦେବେ ବୋଲି ସରକାରୀ ନିଷ୍ପତ୍ତି।
କଟକ ଓ ସମ୍ବଲପୁରରେ ମହାନଦୀ ରିଭର ଫ୍ରଣ୍ଟ ହେବାର ଥିଲା।
ବିଦେଶରୁ ପୁଞ୍ଜି ଆଣିବାକୁ ପ୍ରଭାତୀ ପରିଡା ଗଲେ ଲଣ୍ଡନ ଏବଂ ସିଙ୍ଗାପୁର ଯାଇଥିଲେ ମୋହନ ମାଝୀ।
ଆଜି ଜାତୀୟ ପ୍ରେସ ଦିବସ
ଅନ୍ତର୍ଜାତୀୟ ସହନଶୀଳତା ଦିବସ
ଆଜି ଜନ୍ମଦିନ: ଉଦା ଦେବୀ ପାସି, ଶମ୍ଭୁ ମହାରାଜ, ମିହିର ସେନ (ସନ୍ତରଣ), ପୁଲେଲା ଗୋପିଚନ୍ଦ, ଆଦିତ୍ୟ କପୁର, ମିନାକ୍ଷୀ ଶେଷାଦ୍ରୀ, ରାମୋଜି ରାଓ (ଈନାଡୁ ଟିଭି)
ଆଜି ତିରୋଧାନ: କର୍ତ୍ତାର ସିଂ ସରଭା
ଇତିହାସରେ ଆଜି: (୧୯୧୫) କର୍ତ୍ତାର ସିଂ ସରଭାଙ୍କୁ ହତ୍ୟା କଲା ବ୍ରିଟିଶ ସରକାର/ (୨୦୧୩) ଭାରତୀୟ ନୌସେନାରେ ଆଇଏନଏସ ବିକ୍ରମାଦିତ୍ୟ ସାମିଲ ହେଲା/ (୧୯୦୮) ଜେନେରାଲ ମୋଟର୍ସ ସ୍ଥାପନ ହୋଇଥିଲା/ (୧୯୭୩) ପୃଥିବୀ କକ୍ଷରେ ସ୍କାଇଲାଵ-୪ ପଶିଲା/ (୧୯୭୫) ପାପୁଆ ନିଉଗିନି ଦେଶ ସ୍ୱାଧୀନ ହେଲା/ (୧୯୯୫) ବାସୁଦେବ ପାଣ୍ଡେ ହେଲେ ତ୍ରିନିଦାଦ ପ୍ରଧାନମନ୍ତ୍ରୀ/ (୨୦୦୨) ମୁଶାରଫ ଦ୍ଵିତୀୟ ଥର ପାଇଁ ପାକିସ୍ତାନର ଦାୟିତ୍ବ ନେଲେ/ (୧୯୪୫) ୟୁନେସ୍କୋ ପ୍ରତିଷ୍ଠା ହେଲା
=======================
*ବନ୍ଦେ ଉତ୍କଳ ଜନନୀ*
