April 26, 2026

ଗଜପତି:- ଶିଶୁ ଯତ୍ନ ଅନୁଷ୍ଠାନରେ  ରହୁଥିବା ଶିଶୁ ମାନଙ୍କୁ ନେଇ  ଜିଲାସ୍ତରୀୟ ଶିଶୁ ଉତ୍ସବ “ଉତ୍ସାହ” ଓ “ମହକ” କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251016-WA0034
Share

ଗଜପତି ଜିଲ୍ଲାରେ ଥିବା ସାତ  ଗୋଟି ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥବା ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା କୁ ପରିପ୍ରକାଶ ଓ ବିକାଶ କରିବା  ନିମନ୍ତେ ଜିଲ୍ଲା ପ୍ରଶାସନ ଗଜପତି ଦ୍ବାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ “ଉତ୍ସାହ” ଓ “ମହକ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ।,

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ   ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )  ଶ୍ରୀ ଫାଲଗୁନୀ ମାଝୀ  , ଅତିରି କ୍ତ ଜିଲ୍ଲାପାଳ(ରାଜସ୍ଵ ) ଶ୍ରୀ ମୁନିଦ୍ର ହୋନଙ୍ଗା  , ଶିଶୁ କଲ୍ୟାଣ ସମିତି’ର ଅଧକ୍ଷ୍ୟ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ପ୍ରମୁଖ ମଞ୍ଚାସିନ ଥିଲେ ।

ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ କରା ଯାଇଥିଲା ଏବଂ ପରେ ପରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା  ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୧୨୦ ଜଣ ଶିଶୁ ମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ଲମ୍ବ-ଡିଆଁ , ଉଚ୍ଚ-ଡିଆଁ , ୧୦୦ ମିଟର ଦୌଡ ଓ ୨୦୦ ମିଟର ଦୌଡ  ପ୍ରତିଯୋଗିତା ଗଜପତି ଷ୍ଟାଡିୟମ ଠାରେ  ଅନୁଷ୍ଠିତ ହେବା ସହ ନୃତ୍ୟ ପରିବେଷଣ , ସଙ୍ଗୀତ-ଗାନ , ବକୃତା , ଚିତ୍ରାଙ୍କନ , ସାଧାରଣ ଜ୍ଞାନ ପରୀକ୍ଷା , ଚେସ , କ୍ୟାରୋମ , ଇତ୍ୟାଦି  ପ୍ରତିଯୋଗିତା  ବିଜୁ କଲ୍ୟାଣ ମଣ୍ଡପ ଠାରେ  ରେ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମ ଅବସରରେ ଶିଶୁମାନଙ୍କ ନିମନ୍ତେ  ଜଲଖିଆ ଓ ମଧ୍ୟାନ୍ନ ଭୋଜନ ସମେତ ରାତ୍ର ଭୋଜନ ବ୍ୟବସ୍ଥା ମଧ୍ୟ କରା ଯାଇଥିଲା ।

ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )  ଶ୍ରୀ  ଫାଲଗୁନୀ ମାଝୀ  ,  ଶିଶୁ କଲ୍ୟାଣ ସମିତି ଅଧକ୍ଷ୍ୟ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ସହ ଜିଲ୍ଲାପାଳ ଶ୍ରୀ  ମନୋଜ କୁମାର ପଟ୍ଟନାୟକ , ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ , ପାରଳାଖେମୁଣ୍ଡି , ଶ୍ରୀ ମାଧବନନ୍ଦ ନାୟକ  ,  ଜିଲ୍ଲା ସମାଜ   ମଙ୍ଗଳ କାର୍ଯ୍ଯାଳୟର  ସୁରକ୍ଷ।  ଅଧିକାରିଣୀ ଶ୍ରୀମତି ଶାରଳା ପ।ତ୍ର,   ଓ  କିଶୋର ନ୍ୟାୟ ପରିଷଦ ର  ସଭ୍ୟା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ  ଥିଲେ ।

ପ୍ରତିଯୋଗିତାରେ ଭାଗନେଇଥିବା ଶିଶୁ ମାନଙ୍କ ମଧ୍ୟରେ  ଯେଉଁ ମାନେ ବିଜୟୀ  ହୋଇଥିଲେ  ସେମାନେ ପୁରସ୍କାର ସହ ପ୍ରମାଣ ପତ୍ର  ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ ।

ପରିଶେଷରେ ଅନୁଷ୍ଠିତ କ୍ୟାମ୍ପ-ଫାୟାର ସମୟରେ ଶିଶୁ ମାନେ ନାଚ ଓ ଗୀତ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉପଭୋଗ ସମ୍ପୂର୍ଣ ଭାବେ କରିଥିଲେ   ।

ଏହି କାର୍ଯକ୍ରମ କୁ ସଫଳ କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ , ଚାଇଲ୍ଡ ହେଲ୍ପ ଲାଇନର ସମସ୍ତ କର୍ମୀଙ୍କ ସମେତ ଶିଶୁ ଯତ୍ନ ଅନୁଷ୍ଟାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————