April 27, 2026

ବାଙ୍କୀ – ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସମ୍ୱର୍ଦ୍ଧନା 

IMG-20241016-WA0022
Share

 

ବୋଲଗଡ଼,(ଉପାନ୍ତ ଖବର):ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସହ ଅନୁବନ୍ଧିତ ବାଙ୍କୀ ଡମପଡା ଡିଜିଟାଲ ୟୁନିୟନ ର ଏକ ସାଙ୍ଗଠନିକ ବୈଠକ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ଅଧିନସ୍ଥ ଡାକ ବଙ୍ଗଳା ରେ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ମିଡ଼ିଆ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ର ଦାବୀ ନେଇ ସଂଗଠନ କାମ ଜାରି ରଖିଥିବା ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଏ ମଧ୍ୟରେ କଟକ ଜିଲ୍ଲାର ସମସ୍ତ ବ୍ଲକ ରେ ସାଙ୍ଗଠନିକ ବୈଠକ ଆୟୋଜନ କରି ସାରିଥିବା ସମୟରେ ବାଙ୍କୀ – ଡମପଡା ଏବଂ ବଡମ୍ବା – ନରସିଂହପୁର ସଂଗଠନର କର୍ମକର୍ତ୍ତା ଚୟନ ସମାପ୍ତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ , ରାଜ୍ୟ ମିଡ଼ିଆ ସଂଯୋଜକ ବର୍ଷା ଦାସ , ରାଜ୍ୟ ସଂଘ ସଦସ୍ୟ ବିଶ୍ବଜିତ ମହାପାତ୍ର , ଅଶୋକ କୁମାର ରଣା , ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସମ୍ପାଦକ ମନୋଜ କୁମାର ଦଳେଇ ପ୍ରମୂଖ ଉପସ୍ଥିତ ରହିଥିଲେ। ବାଙ୍କୀ ଶାଖାର ସଭାପତି ମାନସ ରଞ୍ଜନ ସାହୁ , କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର , ଜିଲ୍ଲା କମିଟି ସଦସ୍ୟ ପୂର୍ନେନ୍ଦୁ କୁମାର ନାୟକ , ଉପ ସଭାପତି ସୁଶାନ୍ତ କୁମାର ନାୟକ , ସମ୍ପାଦକ ସୁବ୍ରତ କୁମାର ନାୟକ, ରାଜେଶ ମହାପାତ୍ର ପ୍ରମୂଖ ଙ୍କୁ ସଦସ୍ୟ ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଦାବୀ ହାସଲ ପାଇଁ ସଂଘ ତରଫରୁ ବିଧାନସଭା ଚାଲ ଡାକରା ଦିଆ ଯାଇଥିବା ସମୟରେ ଆଗାମୀ ଦିନରେ କଟକ ଜିଲ୍ଲା ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବାର ଯୋଜନା ରହିଅଛି।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)