ମା ଲକ୍ଷ୍ମୀ କ୍ଳବ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଏବଂ ମୁକ୍ତ ମଞ୍ଚ ନାଟ୍ୟ ପ୍ରତିଯୋଗିତା ଆୟୋଜିତ
ଅସ୍ତରଙ୍ଗ ୧୬/୧୦( ) ଅସ୍ତରଙ୍ଗ ମୁଖ୍ୟ ବଜାର ର ମା ଲକ୍ଷ୍ମୀ କ୍ଲବ୍ ପକ୍ଷରୁ ୪୪ ତମ ଗଜଲକ୍ଷ୍ମୀ ପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ଏଥିରେ କର୍ତ୍ତା ପ୍ରମୋଦ ଦାସ, ପୁରହିତ ବାଳକୃଷ୍ଣ କର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ତତସହିତ ୧୯ରୁ ୨୩ପାଞ୍ଚ ଦିନ ମୁକ୍ତ ମଞ୍ଚ ନାଟକ ପରିବେଷଣ ହେଵ ବୋଲି ସାଂସ୍କୃତିକ ସଂପାଦକ ଦେବାଶିଷ ବାରିକ୍ ସୂଚନା ଦେଇଛନ୍ତି। ମ ୧୬ ତାରିଖରେ ମାଆଙ୍କ ପୂଜା ଅନୁଷ୍ଠିତ ହେବା ପରେ ୧୯ ତାରିଖ ସନ୍ଧ୍ୟା ରେ ମା ଲକ୍ଷ୍ମୀ ନାଟ୍ୟ ସଂସଦ ପକ୍ଷରୁ ନୂଆ ରାମାୟଣ କାହାଣୀ ଶୁଣ,୨୦ ତାରିଖରେ ଇଶାନେଶ୍ବର ନାଟ୍ୟ ସଂସଦ ବାଙ୍କୀ କଟକ ପକ୍ଷରୁ ଭୁଲ ତୋର ଭୋଗୁଛି ମୁଁ,୨୧ ତାରିଖରେ ମା ମଙ୍ଗଳା ପପିୟଙ୍ଗ ଷ୍ଟାର ଗୋବିନ୍ଦପୁର ପାରାଦୀପ ପକ୍ଷରୁ କୃଷ୍ଣ ନାମ ଧରି ଯାଉ ଜୀବନ,୨୨ ତାରିଖ ରେ ଓମ୍ ସାଇ ଶକ୍ତି ନାଟ୍ୟ ସଂସଦ ଭୁବନେଶ୍ୱର ପକ୍ଷରୁ ଗୁମୁରୀ ଗୁମୁରୀ କାହାଣୀ କାନ୍ଦେ,୨୩ ତାରିଖ ରେ ଆରିୟାନ କ୍ଲବ୍ ପକ୍ଷରୁ ଭୁବନେଶ୍ବର ପକ୍ଷରୁ କାନ୍ଦେନା ଲୁହ ସରିଯିବ ନାଟକ ପ୍ରତିଯୋଗିତା କରାଯିବ। ଶ୍ରେଷ୍ଠ ନାଟକ ପରିବେଷିତ କରିଥିବା ଅନୁଷ୍ଠାନ କୁ ଆକର୍ଷଣୀୟ ପୁରସ୍କାର ଦିଆଯିବ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି। ଆୟୋଜିତ କାର୍ଯ୍ୟକ୍ରମ କୁ ସଭାପତି ତରୁଣ ତପନ ସ୍ବାଇଁ, ଉପସଭାପତି ହରିହର ମହାନ୍ତି, ସଂପାଦକ ପବିତ୍ର କୁମାର କାଣ୍ତି, ଦିଲିପ କୁମାର ଦାସ, ମନୋଜ ବିଶ୍ବାଳ,ସମୀର କୁମାର କର, ପ୍ରତାପ ବିଶ୍ୱାଳ, ଅଶୋକ ବେହେରା, କୃଷ୍ଣଚନ୍ଦ୍ର ନାୟକ, , ଚିତ୍ରସେନ ପ୍ରଧାନ,ନିରଞ୍ଜନ ଦାସ,ପ୍ରଶାନ୍ତ ଭୋଳ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପରିଚାଳନା କରୁଛନ୍ତି।