April 29, 2026

ନିଆରା ଢଙ୍ଗରେ ନବରାତ୍ର ଓ ଶାରଦୀୟ ପୂଜା ପାଳିତ।

IMG-20241016-WA0016
Share

 

କୋରାପୁଟ—ବୋରିଗୁମ୍ମା ଭେଙ୍କଟ ନଗର ରେ ବାସ କରୁଥିବା ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ବାସଭବନରେ ନିଆରା ଢଙ୍ଗରେ ନବରାତ୍ର ଓ ଶାରଦୀୟ ପୂଜା ପାଳନ କରିଥିଲେ।ମୋଟ ୧୭ ଗୋଟି ପରିବାର ସାମୁହିକ ଭାବେ ନବରାତ୍ର ଓ ଶାରଦୀୟ ପୂଜା କରିଥିବା ବେଳେ ଶେଷ ଦିନରେ ଛଅ ସମାଜସେବୀ ଙ୍କୁ ସମ୍ମାନିତ କରିବା ସହ ଔପଢୌକନ ସହ ଉପହାର ପ୍ରଦାନ କରିଥିଲେ।ନବରାତ୍ର ପ୍ରଥମ ଦିବସ ରୁ ଅଭିଷେକ, କଳସ ସ୍ଥାପନ, ସଂକଳ୍ପ, ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ, ଗାୟତ୍ରୀ ମହାମନ୍ତ୍ର ଜପ,ସାଇ ସତଚରିତ ପାରାୟଣ ଆରମ୍ଭ ହୋଇଥିଲା।ଗତ ୧୧ ତାରିଖରେ ଯଜ୍ଞାରମ୍ଭ ଓ ପୂର୍ଣାହୁତି କରାଯାଇ ନାମ ସଂକୀର୍ତ୍ତନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ସାଇ ଆତ୍ମା ଦର୍ଶନ ଚାରିଟେବଲ ଓ ରାମୋଜି ସିନ୍ଧେ ସାଇ ପରିବାର ର ପ୍ରତିଷ୍ଠାତା ସାଇସେବକ ରଞ୍ଜନ ପାତ୍ର ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ସାଇସେବକ ରଞ୍ଜନ ପାତ୍ର ଛଅ ଜଣ ସମାଜସେବୀ ଶିଶୁ ସେବିକା ଆମ୍ମାଜି ଦାସ,ଶବ ବାହକ ସୋମନାଥ ଦିଶାରୀ, ସୀମାଞ୍ଚଳ ସାହୁ,ଶବ ବାହକ ଗାଡିର ଡ୍ରାଇଭର ମନୋଜ କୁମାର ସାହୁ, ସତ୍ୟେନ୍ଦ୍ର କୂଳଦୀପ ଅବୈତନିକ ମନ୍ଦିର ସଫେଇ ବ୍ୟକ୍ତି ତିଳ ଗଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା।ସମ୍ମାନ ସ୍ୱରୂପ ମାନପତ୍ର, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା।ସାଇସେବକ ରଞ୍ଜନ ପାତ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଛଅ ଟି କୁଷ୍ଠାଶ୍ରମ ର ପ୍ରତିଷ୍ଠା କରିବା ସହ ଏକ ହଜାର ରୁ ଉର୍ଦ୍ଧ୍ବ କୁଷ୍ଠ ରୋଗା କ୍ରାନ୍ତ ପରିବାର ର ସଂରକ୍ଷଣ କର୍ତ୍ତା ଅଟନ୍ତି।ଶେଷ ଦିନରେ ମୋଟ ଛଅ ଗୋଟି ନାମ ସଂକୀର୍ତ୍ତନ ଦଳଯୋଗ ଦେଇଥିବା ବେଳେ ବୋରିଗୁମ୍ମା ଅଞ୍ଚଳ ର ପ୍ରାୟ ୧୫ଶହ ସାଇ ଭକ୍ତ ପ୍ରସାଦ ସେବନ କରିଥିଲେ।ଚଳିତ ନବରାତ୍ର ଓ ଶାରଦୀୟ ପୂଜା କୁ ବୋରିଗୁମ୍ମା ଭେଙ୍କଟ ନଗର ସାଇ ଗାୟତ୍ରୀ ପରିବାର ପରିଚାଳନା କରିଥିଲେ।

(କୋରାପୁଟ ରୁ ହରିଶ ପଟ୍ଟନାୟକ)

You may have missed