ରାସ୍ତା କଡରେ ଜମୁଛି ତଳସଜ ବେପାର 

IMG-20250517-WA0040
Share

ବୁଗୁଡ଼ା : ତା ୧୭/୦୫/୨୫ : ବୁଗୁଡ଼ା ସହର ଏବଂ ଏହାର ଆଖପାଖ କେତେକ ଅଞ୍ଚଳରେ ଏଇ କିଛି ଦିନ ହେଲା ତାପମାତ୍ରାର ହ୍ରାସବୃଦ୍ଧି ଘଟୁଥିଲେ ହେଁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳୁନଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅସହ୍ଯ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ଓ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନାନା ଉପାୟ ଅବଲମ୍ବନ କରୁଛନ୍ତି | ସେହି ଅନୁସାରେ ଲୋକଙ୍କ ଖାଇବା ଓ ପିଇବାରେ ଚାହିଦାରେ ମଧ୍ୟ କିଛିଟା ପରିବର୍ତ୍ତନ ଘଟିଛି । ଲୋକେ ପେଟ ଥଣ୍ଡା ରଖୁଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରାସ୍ତାକଡରେ ପସରା ମେଲାଇ ବସିଥିବା ତାଳସଜ ବେପାରୀଙ୍କ ନିକଟରେ ଲୋକମାନେ ଭିଡ ଜମାଉଥିବାର ଦେଖିବାକୁ ମିଳୁଛି। ପେଟ ଥଣ୍ଡା ରଖିବା ପାଇଁ ଲୋକେ ତାଳସଜ ଖାଇବା ପ୍ରତି ଅଧ‌ିକ ଆକୃଷ୍ଟ ହେଉଥିବା ପରିଲକ୍ଷିତ ହେଉଛି । ଲୋକଙ୍କ ଚାହିଦା ମୁତାବକ ରାସ୍ତା କଡରେ ତାଳସଜ ବେପାର ମଧ୍ୟ ଖୁବ୍ ଜମୁଛି। ତାଳ ଗୋଟା ୧୦ ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ତେଣୁ, ତାଳସଜ ବେପାରୀ ଭଲ ଲାଭ ପାଇ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି।

You may have missed