June 12, 2026

ଉମରକୋଟ ଅନ୍ତର୍ଗତ ବେହେଡା ରେ ଅଲେଖ ନୁଆଁଖାଇ ଭେଟଘାଟ ପାଳିତ……….

IMG-20250916-WA0026
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ବେହେଡା ବସଷ୍ଟାଣ୍ଡ ଠାରେ ଅଲେଖ ମହିମାର ଭେଟଘାଟ(୨୦୨୫) ବଡ଼ ଧୂମଧାମରେ ପାଳିତ ହେଲା। ଏହା ଏକ ଆଦିବାସୀ ଅଞ୍ଚଳ, ଅଲେଖ ମହିମାଙ୍କୁ ଅଧିକାଂଶ ଲୋକ ମାନନ୍ତି ଲୋକଙ୍କ ଜୀବନ ଶୈଳୀ ଉପରେ ବିଶେଷ ଭାବରେ ପ୍ରଭାବ ପଡିଛି। ଆଜିର ଭେଟଘାଟରେ ବହୁତ ଲୋକ ଛତିଶଗଡ, ବିଭିନ୍ନ ଜିଲାରୁ ଭକ୍ତ ସମାଗମ ଦେଖିବାକୁ ମିଳିଛି।

ଗୌରାଙ୍ଗ ବାବା, ମଣ୍ଟୁ ବାବା,ନର୍ସି ବଡଭାଇ,ସୁକୁରାମ, ଗୋବର୍ଦ୍ଧନ, ବୈକୁଣ୍ଠ ସାହୁ,ରାମସିଂ ଅଧିକାରୀ, ରାମୁ ଓ ବହୁତ ଦୀକ୍ଷା ନେଇ ଥିବା ଲୋକଙ୍କ ଗହଳି ହୋଇଥିବା ଦେଖିବାକୁ ମିଳିଛି। ଭକ୍ତ ମାନେ କହିବା ଅନୁସାରେ ଏଠାରେ କିଛିବି ସୁଭିଧା ନାହିଁ, ଯାହାକୁ ନେଇ ଭକ୍ତ ଅସନ୍ତୁଷ୍ଟ ପ୍ରକାଶ କରି କଲ୍ୟାଣୀ ମଣ୍ଡପ, ପାଣି, ପାଚେରୀ, ବିଦୂତ, ରହିବା ପାଇଁ ଘର ଇତ୍ୟାଦି ସୁଭିଧା ହେଲେ ଭକ୍ତମାନେ ଉପକୃତ ହେବେ। ଅଲେଖ ଧର୍ମ ଆହୁରି ବିସ୍ତାର ରୂପ ଧାରଣ କରିବ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି। ଯୋରନ୍ଦା ଗାଦୀରୁ ବାବା ମାନେ ଆସନ୍ତି ମାତ୍ର ସୁଭିଧା ନ ଥିବାରୁ ବହୁତ ବ୍ୟାକୁଳତା ସହ ଯାଇଥାନ୍ତି। ସେମାନେ ଗୋଟିଏ ଜାଗାରେ ଗୋଟେ ଦିନ ହିଁ ରହିବେ।

You may have missed