November 26, 2024

ଦେବଶିଳ୍ପୀଙ୍କ ପୂଜା ମହାସମାରୋହରେ ପାଳିତ। 

Share

 

ବୋଲଗଡ଼,୧୬/୯ (ଉପାନ୍ତ ଖବର ):ବୋଲଗଡ଼ ବ୍ଲକ ସଦର ମୁଖ୍ୟାଳୟ ସମେତ ଏହାର ଆଖ ପାଖ ଅଂଚଳରେ ସୋମବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଛି। ପୁରାଣ ବର୍ଣ୍ଣିତ ଯେ କାଳେ ଦେବଶିଳ୍ପୀ ଭଗବାନ ବିଶ୍ଵକର୍ମା ଜରାଜୀର୍ଣ୍ଣ ବୃଦ୍ଧବସ୍ଥା ଥାଇ ଅଲୌକିକ ଭାବେ ବିଶ୍ଵ ଚରାଚର ନାୟକ ତଥା କୋଟି ଓଡ଼ିଆର ମଉଡ଼ମଣି ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭଗ୍ନୀସୁଭଦ୍ରା,ଅଗ୍ରଜ ବଳଭଦ୍ର ଓ ସୁଦର୍ଶନ ଦାରୁ ଦେବତା ବିଗ୍ରହ ନିର୍ମାଣର ଦେବଶିଳ୍ପୀ ଚିର ବିଶ୍ଵ ବନ୍ଦନୀୟ। ସେହି ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳନ ଅବସରରେ ସ୍ଥାନୀୟ ବିଦ୍ୟୁତ ସେକ୍ସେନ ସମେତ ଏହାର ସବସେଣ୍ଟର ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଇଅଛି।ତେବେ ଏହା ବ୍ୟତୀତ ବିଭିର୍ଣ୍ଣ ବର୍ଗର କୁଶଳୀ କର୍ମଜୀବୀ ମାନେ ଦେବଶିଳ୍ପୀଙ୍କ ପୂଜା ନିଜ ଗୃହ ମାନଙ୍କରେ ପାଳନ କରିଛନ୍ତି।ଏପରିକି ମୋଟର ଗାଡି ଗ୍ୟାରେଜ, ମୋଟର ଷ୍ଟାଣ୍ଡ ମାନଙ୍କରେ ମହା ଆନନ୍ଦର ସହ ବିଶ୍ଵକର୍ମାଙ୍କ ପୂଜା ପାଳନ କରିଛନ୍ତି। ସେହିପରି ଅଂଚଳର ଭୀମପଡା,ରାଜସୁନାଖଳା,ପିଚୁକୁଳି,ସଂପୁର, ଆରିକମା,ବାଙ୍କୋଇ,ସାଗରଗୁଆଁ,କଳାଙ୍ଗ,

ମାଣିକାଗୋଡା,ଧଳାପଥର, ଗେଡ଼ିଆପଲ୍ଲୀ, ମାଣିବନ୍ଧ,ମାଣିକପୁର,କାଉତରା,ଦେଉଳି, ଅସରଳା,ହାଟବସ୍ତ ଓ ତାଳତୁମ୍ବ ଆଦି ଗ୍ରାମ ମାନଙ୍କର ବିଭିର୍ଣ୍ଣ ଅନୁଷ୍ଠାନ ମାନଙ୍କରେ ଆନନ୍ଦ ଓ ଉଦ୍ଦୀପନାର ସହିତ ଭଗବାନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଅଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.