November 26, 2024

ରସୁଲପୁର ରେ ମହମ୍ମଦ ଙ୍କ ଜନ୍ମୋତ୍ସବ ପାଳନ…

Share

 

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ଠାରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଧର୍ମଗୁରୁ ମହମ୍ମଦ ଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ପରପ୍ସର ମଧ୍ୟରେ ଶାନ୍ତି, ସଦଭାବନା ଓ ଭାଇଚାରା କୁ ସୁଦୃଢ଼ କରିବା ସହିତ, ଦେଶର ଏକତା, ଅଖଣ୍ଡତା କୁ ବଜାୟ ରଖିବା ସଙ୍ଗେ ସଙ୍ଗେ, ଦେଶକୁ ବିକାଶ ପଥରେ ଆଗେଇନେବାର ଆହ୍ଵାନ ଦେଇ ଛନ୍ତି ।ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ନଗର ପରିକ୍ରମା ରେ ବାହାରି ବିଭିନ୍ନ ଗ୍ରାମ ଓ ବସ୍ତି ବୁଲିବା ପରେ, ଇଦ ଗାହା କବରସ୍ଥାନ ରେ ପହଞ୍ଚିବା ପରେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଶାହାପୁର ଓ ରସୁଲପୁର ର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ମୌଲାନା ରିୟାଜତ ହୋସେନ୍ ଆଝାରି , ମୌଲାନା ଆସିକ , ଶେଖ୍ ତମିର ଉଦ୍ଦିନ , ଶେଖ୍ ସଦ୍ଦାମ୍ ହୋସେନ୍ , ଶେଖ୍ ଲତିଫ ଉଦ୍ଦିନ୍ , ଶେଖ୍ ଗୁଲାମ ସମ୍ ଦାନି , ଶେଖ୍ ଅବଦୁଲ ରସିଦ ଖାନ , ଶେଖ୍ ତହୁର ଅଲ୍ଲୀ , ଶେଖ୍ ହାପୀଜ୍ ରହେମତ ଉଲ୍ଲା , ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ, ବିଭିନ୍ନ ସ୍ଥାନରେ ମିଷ୍ଠାନ୍ ଓ ଥଣ୍ଡା ପାନୀୟ ଆଦି ବଣ୍ଟନ କରାଯାଇଥିଲା । ବିଶେଷ କରି ଗରିବ ଅସହାୟ ଲୋକମାନଙ୍କୁ ମଧ୍ଯ ଫଳ, ଖାଦ୍ୟ, ବସ୍ତ୍ର ଓ ଅର୍ଥ ଦାନ କରାଯାଇଥିବାରୁ ସାଧାରଣରେ ଏହାର ଉଚ୍ଚପ୍ରଶଂସା କରାଯାଇଛି ।

 

(ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.