November 26, 2024

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଙ୍ଗଠନିକ ସମ୍ପ୍ରସାରଣ* 

Share

 

ବେଲଗୁଣ୍ଠା,16/09, ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମାଧାନ ସକାଶେ ସଂଘ ତରଫରୁ ବିହିତ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଥିଲା l ଏଥି ସହ ସଂଘର ବାର୍ଷିକ ଆୟ ଵ୍ୟୟ ଅଟକଳ ସମ୍ପର୍କରେ ଆଲୋକପାତ କରାଯାଇଥିଲା l ସଂଘକୁ ସୁଦୃଢ ଏବଂ ସଂଘର ସାଙ୍ଗଠନିକ ଦକ୍ଷତା ବଢାଇବା ପାଇଁ କିଛି ନୂତନ ପଦବୀ ପାଇଁ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ପ୍ରସ୍ତାବ ଦେବା ସହ ଉପଦେଷ୍ଟା ମଣ୍ଡଳୀ,ସଂଘର କର୍ମକର୍ତା,ସମସ୍ତ କ୍ଲଷ୍ଟର ଇନ ଚାର୍ଜ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସଂଘର ଉପସଭାନେତ୍ରୀ ରୂପେ ସ୍ନେହଲତା ପତି,କାର୍ଯ୍ୟକାରୀ ସଭାପତି ରୂପେ କୃଷ୍ଣଚନ୍ଦ୍ର ସେଠୀ ଓ ମନୋଜ କୁମାର ପଟ୍ଟନାୟକ,ସାଙ୍ଗଠନିକ ସମ୍ପାଦକ ରୂପେ ଆକୁଳ ସାହୁ, କେଦାରନାଥ ନାୟକ ଓ ଟୁକୁନା ବେହେରା, ସହ ସମ୍ପାଦିକା ରୂପେ ରଂଜିତା ସାହୁ ଓ ଜିଲ୍ଲା ଏବଂ ରାଜ୍ୟ ସଂଯୋଜକ ଭାବେ ବିଦେଶୀ ବାଡ଼ତ୍ୟା ଙ୍କୁ ମନୋନୟନ କରାଯାଇଥିଲା l ବୈଠକରେ ସଂଘ ଉପସଭାପତି ଶଲ୍ୟ ସିଅ, ସମ୍ପାଦକ ମନୋରଞ୍ଜନ ବିଷୋୟୀ,କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ଏବଂ କ୍ଳଷ୍ଟର୍ ଇନ୍ ଚାର୍ଜ ଉପସ୍ଥିତ ଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.