April 29, 2026

ଡୋନାଲ୍ଡ ଟ୍ରମ୍ପ ଆଲାସ୍କାରେ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା।

IMG-20250816-WA0084
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାସ୍କାରେ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବା ପରେ କହିଛନ୍ତି ଯେ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶେଷ କରିବାର ସର୍ବୋତ୍ତମ ଉପାୟ ହେଉଛି ସିଧାସଳଖ ଏକ ଶାନ୍ତି ଚୁକ୍ତିନାମା।

 

ସେ କହିଛନ୍ତି ଯେ, ଏଠାରେ କେବଳ ଏକ ଯୁଦ୍ଧବିରତିରେ କାମ ଚଳିବ ନାହିଁ।

ୟୁକ୍ରେନ ଏବଂ ୟୁରୋପୀୟ ନେତାଙ୍କ ସହ ଆଲୋଚନା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଏହା କହିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି କି, ସମସ୍ତ ନେତା ବିଶ୍ୱାସ କରନ୍ତି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ଶେଷ କରିବାର ସର୍ବୋତ୍ତମ ଉପାୟ ହେଉଛି ସିଧାସଳଖ ଏକ ଶାନ୍ତି ଚୁକ୍ତିନାମା । କେବଳ ଏକ ଯୁଦ୍ଧବିରତି ଚୁକ୍ତିନାମାରେ ପ୍ରବେଶ କରି ଏହାର ଶାନ୍ତିକୁ ବଜାୟ ରଖାଯାଇ ପାରିବ ନାହିଁ।

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସୋମବାର ହ୍ୱାଇଟ୍ ହାଉସରେ ତାଙ୍କୁ ଭେଟିବାକୁ ଆସୁଛନ୍ତି। ଯଦି ସବୁକିଛି ଠିକ୍ ହୁଏ, ତେବେ ଏହା ପରେ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ସାକ୍ଷାତକାର ପାଇଁ ସମୟ ମଧ୍ୟ ସ୍ଥିର କରିବେ।

ଟ୍ରମ୍ପ୍ କହିଛନ୍ତି କି, ‘ଆଲାସ୍କାରେ ଏହା ଏକ ସୁନ୍ଦର ଏବଂ ସଫଳ ଦିନ ଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ବହୁତ ଭଲ ଥିଲା। ସେହିପରି, ରାତିରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଏବଂ ସମ୍ମାନନୀୟ ନାଟୋ ସେକ୍ରେଟାରୀ ଜେନେରାଲଙ୍କ ସମେତ ଅନେକ ୟୁରୋପୀୟ ନେତାଙ୍କ ସହ ଫୋନରେ ଏକ ଭଲ କଥାବାର୍ତ୍ତା ହୋଇଥିଲା। ସମସ୍ତେ ମିଶି ନିଷ୍ପତ୍ତି ନେଇଥିଲେ ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ସମାପ୍ତ କରିବାର ସର୍ବୋତ୍ତମ ଉପାୟ ହେଉଛି ସିଧାସଳଖ ଏକ ଶାନ୍ତି ଚୁକ୍ତି କରିବା। କେବଳ ଏକ ଯୁଦ୍ଧବିରତି ପ୍ରାୟତଃ ପରିସ୍ଥିତିକୁ ପୁଣି ଖରାପ କରିଦିଏ, ତେଣୁ ଏକ ସ୍ଥାୟୀ ସମାଧାନ ପାଇଁ ଏକ ଶାନ୍ତି ଚୁକ୍ତି ଆବଶ୍ୟକ।