April 28, 2026

ପବିତ୍ର ସ୍ୱାଧୀନତା ଦିବସରେ ମହୋଦଧି ମହାବୀର କ୍ଲବ ପ୍ରାଗଂଣରେ ଏକ ସମ୍ୱର୍ଦ୍ଧନା ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇ ଅଛି।

IMG-20250816-WA0070
Share

         ପବିତ୍ର ସ୍ୱାଧୀନତା ଦିବସରେ ମହୋଦଧି ମହାବୀର କ୍ଲବ ପ୍ରାଗଂଣରେ ଏକ ସମ୍ୱର୍ଦ୍ଧନା ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇ ଅଛି। ଏହି ସଭାରେ ମୂଖ୍ୟ ଅତିଥି ଭାବରେ ପ୍ରଫେସର ହରିହର ହୋତା ଓ ଆଡଭୋକେଟ ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇଥିଲେ। କ୍ଲବ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନକୁଂ ପୁରସ୍କାର ବିତରଣ ସହିତ, ଚିତ୍ରାଙ୍କନରେ ଭାରତରେ ଶ୍ରେଷ୍ଠ ପ୍ରତିପାଦନ କରିପାରିଥିବା ସନ୍ତୋଷ କୁମାର ସେଠି ଓ ସନ୍ତୋଷ କୁମାର ଘଟୁଆରୀ କୁଂ ସମ୍ୱର୍ଦ୍ଧନା କରାଯାଇଥିଲା। ମୂଖ୍ଯ ଅତିଥି ନିଜ ଅବିଭାଷଣରେ ଭାରତର ବୀର ଯବାନ କିପରି ସୀମାରେ ରହି ଆମ୍ଭ ମାନକୁଂ ସୁରକ୍ଷିତ ରଖି ପାରୁଛନ୍ତି ତାହା ବର୍ଣ୍ଣନା କରବା ସହିତ ବୀର ଯବାନ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ଶ୍ରୀଯୁକ୍ତ ପ୍ରଶାନ୍ତ ଚନ୍ଦ୍ର ମହାନ୍ତି, ଶ୍ରୀଯୁକ୍ତ ସନ୍ଦିପ କୁମାର ଶତପଥି ଓ ଦେବରାଜ ଲେକାଂ କୁଂ ଅବସର ପ୍ରାପ୍ତ ସେନା ଅଧିକାରୀ ଭାବରେ ସମ୍ୱର୍ଦ୍ଧନା କରାଯାଇଅଛି। କ୍ଲବର ସଭାପତି ଆର୍ୟ୍ୟକାନ୍ତ ପଟ୍ଟନାୟକ ଏହି ଅବସର ପ୍ରାପ୍ତ ସେନା ଅଧିକାରୀକଂ ଅସୀମ ବୀରତ୍ୱ ବିଷୟରେ ସାମୟିକ ବିବରଣୀ ଦେଇଥିବା ବେଳେ ସଂପାଦକ ଶୈଳେନ୍ଦ୍ର ପଟ୍ଟନାୟକ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ। ଶ୍ରୀମତି ଜିମିଲି ପଟ୍ଟନାୟକ ସଭା ପରିଚାଳନା କରିଥିବା ସହିତ ବିଜୟୀ ପ୍ରତିଯୋଗୀକୁଂ ପୁରସ୍କୃତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ