June 23, 2026
IMG-20250816-WA0026
Share

କୁନିକୁନି ପାଟିରେ ଗୁଣୁଗୁଣୁ ସ୍ୱର, ଭାରତ ମାତାର ଜୟଜୟକାର! ସକାଳେ ଛୋଟ ଗୋଟେ ତ୍ରିରଙ୍ଗା ଧରି କୁନି ପାଦରେ ଚାଲି ଯାଉଥିଲା ପତାକା ଉଡେଇବାକୁ !ଅପରାହ୍ନ ୫ ଟା ବେଳକୁ ସ୍ଥିର ହେଇଯାଇଥିଲା ସେଇ କୁନି ପାଦ ଦୁଇଟି !ଭଲମନ୍ଦ ବାଛବିଚାର ଜାଣି ନଥିବା ଦୁଇ ବର୍ଷର ନିଷ୍ପାପ ଶିଶୁ କାହାର ଵା କଣ କ୍ଷତି କରିଥିଲା !ପ୍ରଭାତରେ ତ୍ରିରଙ୍ଗା ଧରି ବୁଲୁଥିବା ଶିଶୁକନ୍ୟା ସୌମ୍ୟାଶ୍ରୀ ବେହେରା (ବନ୍ଦନା ) ର ମୃତଦେହ ଗୋଟିଏ ପୋଖରୀ ହୁଡ଼ା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା ! ପରିବାର ମଧ୍ୟରେ ଶୋକର ଛାୟା ଖେଳିଗଲା !ପଡିସା ଲୋକେ ଦୁଃଖରେ ତରଳି ଗଲେ ! ଏପରି ମୃତ୍ୟୁକୁ କିଏ ଵା ସହିବ? ହସିଲା ଖେଳିଲା ଛୁଆଟେ ହଠାତ ମଲା କାହିଁକି ? ପରିବାର ଲୋକଙ୍କ ସନ୍ଦେହ, କେହି ମାରିଦେଇ ସେଠାରେ ପକାଇ ଦେଇଛି। ସନ୍ଦେହରେ କନକ ପୁର ପୋଲିସ ଫାଣ୍ଡି ରେ ଜଣେ ଅଟକ!ଖବର ଅନୁସାରେ ତିର୍ତ୍ତୋଲ ବ୍ଲକ ଅଧୀନ କନକପୁର ଗ୍ରାମର ଧନେଶ୍ଵର ବେହେରା ( ପପୁ) ଙ୍କ ଝିଅ ସୌମ୍ୟାଶ୍ରୀ ର ମୃତ ଦେହକୁ ଅପରାହ୍ନ ୫ ଟା ସମୟରେ ଦେଖି ,ତୁରନ୍ତ ତାକୁ ମଣିଜଙ୍ଗା ମେଡିକାଲ କୁ ନେବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ !ମାତ୍ର ପରିବାର ଲୋକଙ୍କ ସନ୍ଦେହ,ତାଙ୍କ ଝିଅ ସୌମ୍ୟାଶ୍ରୀ କୁ ପାତିଆ ନାମକ ଜଣେ ପଡ଼ୋଶୀ ନିଜ ଘରକୁ ନେଇଥିଲେ। ତାପରେ ଝିଅର ମୃତ ଦେହ ଉଦ୍ଧାର ହେଲା। ପାତିଆକୁ ସନ୍ଦେହ କରି କନକପୁର ଫାଣ୍ଡିରେ ଏତେଲା ଦେବାରୁ କନକପୁର ଫାଣ୍ଡି ପୋଲିସ ପାତିଆକୁ ନେଇ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି । ଅପରପକ୍ଷେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ! ପରିବାରଙ୍କୁ ସାନ୍ତ୍ୱନା ଦେବାକୁ ସମ୍ପର୍କୀୟ ମାନଙ୍କର ଭିଡ ବଢ଼ିବାରେ ଲାଗିଛି !

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା

You may have missed