April 29, 2026

ଭାରତୀୟ ମଜଦୁର ସଂଘ ର ତିର୍ତୋଲ ରେ ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟି..

IMG-20250816-WA0011
Share

ତିର୍ତୋଲ:- ଦେଶ ରେ ସ୍ୱାଧୀନତା ର ୭୯ତମ ବର୍ଷ ପାଳନ କରୁଥିବା ବେଳେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଭାରତୀୟ ମଜଦୁର ସଂଘ ର ନୂତନ ଶାଖା କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି ! ଏହି ଅବସରରେ କାଯ୍ୟଳୟ ପରିସର ରେ ଜାତୀୟ ପତାକା ଉତ୍ତୋଳନ ସହିତ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ଶ୍ରୀଯୁକ୍ତ ଅବିନାଶ ବସୁ !ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ଯୋଗ ଦେଇଥିବା ବେଳେ , ବିଶେଷ ଅତିଥି ଥିଲେ ସଂଘ ର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ମହାରଣା !ଶ୍ରୀଯୁକ୍ତ ସ୍ମୃତି ରଂଜନ ଦାଶ ସଭାକୁ ସଂଯୋଜନା କରିବା ଓ ଅତିଥି ମାନଙ୍କୁ ଆମତ୍ରଣ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ଭାରତୀୟ ମଜଦୁର ସଙ୍ଘ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରାଷ୍ଟ୍ରହିତ, ଉଦ୍ୟୋଗହିତ, ସମ୍ପତିହିତ ବିଚାରକୁ ନେଇ କାର୍ଯ୍ୟ କରେ ବୋଲି ମତ ପ୍ରକାଶ କରିଥିଲେ ! ଭାରତୀୟ ମଜଦୁର ସଂଘ ର ଉପଦେଷ୍ଟା ପ୍ରଦୀପ କୁମାର ନାୟକ ମତ ଦେଇଥିଲେ ଯେ , ଏହି ମଜଦୁର ସଙ୍ଘ ଏକ ବିଶାଳ ବରଗଛ ସଦୃଶ ! ପ୍ରାୟ ୪କୋଟି ରୁ ଅଧକ ସଦସ୍ୟତା କୁ ନେଇ କର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ କରି ଆସୁଅଛି, ପରିଶେଷରେ ଉପସ୍ଥିତ ସଦସ୍ୟମାନଙ୍କୁ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ! ଇତି ମଧ୍ୟ ରେ ତିର୍ତ୍ତୋଲ ଶାଖା ର କାର୍ଯ୍ୟକର୍ତ୍ତା ଙ୍କ ନାମ ପ୍ରକାଶ କରାଯାଇ ଥିଲା ! ଶାଖା ର ସଭାପତି ଭାବେ ସ୍ମୃତି ରଂଜନ ଦାଶ , କାର୍ଯ୍ୟକାରୀ ସଭାପତି ଭାବେ ରୌମ୍ୟା ରଞ୍ଜନ ମିଶ୍ର , ଉପସଭାପତି ଭାବେ ଚିତ୍ତରଞ୍ଜନ ସାହୁ, ଓ ମିଲନ ପ୍ରଭା ନାଥଶର୍ମା , ସମ୍ପାଦକ ଭାବେ ଅଂଶୁମାନ ଆଚାର୍ଯ୍ୟ , ସହସମ୍ପାଦକ ଭାବେ ବିଶ୍ୱ ରଞ୍ଜନ ମହାପାତ୍ର ଏବଂ କୋଷାଧକ୍ଷ ଭାବେ ହିମାଂଶୁ ଶେଖର ସ୍ୱାଇଁ ଙ୍କ ନାମ ଘୋଷଣା କରାଯାଇଥିଲା ! ଏହା ପରେ ୱର୍କିଙ୍ଗ କମିଟି ର ସଦସ୍ୟ ହିସାବରେ ରିଷିକେଶ ନନ୍ଦ , ରବୀନ୍ଦ୍ର କୁମାର ଜେନା , ପ୍ରଦୀପ ସାମଲ , ନିଶାକର ଦାସ ଏବଂ ଉପଦେଷ୍ଟା ଭାବେ ପୁଷ୍ପା ରାଉତରାୟଙ୍କ ନାମ ଘୋଷଣା କରାଯାଇଥିଲା !

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !

You may have missed