ଚିକିଟୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜେଆରସି ବିଭାଗର ଦୀକ୍ଷା ଗ୍ରହଣ ଉତ୍ସବ
ତା-15/08/2025ସୁଭଶ୍ରୀ ପ୍ରଧାନ
ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ଚିକିଟୀ ପେଣ୍ଠ ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜେ ଆର ସି ବିଭାଗର କନିଷ୍ଠ ସଂବର୍ଗ ମାନଙ୍କ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ରେ ରାଜକବି ରାଧାମୋହନ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ମହାନ୍ତି,ସଂସ୍କୃତ ଶିକ୍ଷକ ଶ୍ରୀ ତ୍ରୀପତି ପ୍ରଧାନ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଥ ପାଢ଼ୀ ଅତିଥିରୂପେ ଯୋଗ ଦେଇ ଶିଶୁଙ୍କୁ କିଛି ହିତପୋଦେଶ ସହ ମୂଲ୍ୟବୋଧକ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ପରିପ୍ରେକ୍ଷୀରେ ଦୀକ୍ଷା ଗ୍ରହଣ ଉତ୍ସଵ ସହ ଅଭିଭାବକଙ୍କ ଉପସ୍ଥିତିରେ ଜେ ଆର ସି କମିଟି ଗଠନ ହୋଇଥିଲା । ଏହି ଉତ୍ସବରେ ଜେ ଆର ସି କାଉନସିଲର ଶ୍ରୀମତୀ ସଂଗୀତା କୁମାରୀ ସାହୁ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।
