ବ୍ରହ୍ମାନନ୍ଦ ଓ ପ୍ରେମଲତା ସ୍ମାରକୀ ଛାତ୍ର ବୃତ୍ତି ପ୍ରଦାନ
ତିର୍ତୋଲ ବ୍ଲକ ତିର୍ତ୍ତୋଲ ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ମେଧାବି ଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ମଞ୍ଜୁଲତା ସାହୁଙ୍କ ଦ୍ଵାରା ବିଦ୍ୟାଳୟ କୁ ପ୍ରଦାନ କରାଯାଇଥିବା ପାଞ୍ଚ ଲକ୍ଷ ଟଙ୍କା ସେହି ଅର୍ଥରୁ ମିଳୁଥିବା ସୁଧ ଅର୍ଥ କୁ ତାଙ୍କର ପିତା ମାତା ବ୍ରହ୍ମାନନ୍ଦ ଓ ପ୍ରେମଲତା ସ୍ମାରକ ଛାତ୍ର ବୃତ୍ତି ରୂପେ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ସ୍ଵାଧୀନତା ଦିବସ ଅବସରରେ ଆଜି ବିଦ୍ୟାଳୟ ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ତିର୍ତ୍ତୋଲ ପଞ୍ଚାୟତର ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ସମିତି ସଭ୍ୟ ପ୍ରବିର ରାଏ ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଜ୍ୟୋତ୍ରୀବାଳା ଚୌଧୁରୀ,ଉର୍ମିଳା ସୁନ୍ଦରୀ କର ଉପସ୍ଥିତ ଥିଲେ। ଏହି ସଭାକୁ ସୁନନ୍ଦା ସାହୁ ପରିଚାଳନା କରିଥିଲେ।ଏହି ଉତ୍ସବ ରେ ଛାତ୍ରୀ ଲକ୍ଷ୍ମୀପ୍ରିୟା ନାଥ, ସୁମନ ନାୟକ, ଅଙ୍କିତା ନାଥ, ମୌସୁମୀ ବେହେରା ଓ ରୋଜାଲିନ ନାଥ ପ୍ରତ୍ୟେକ ଛାତ୍ରୀ ଙ୍କୁ ୫୦୦୦ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ଛାତ୍ରୀ ଅରୁନ୍ଧତୀ ସୁତାର, ତୁଳସୀ ନାଥ , ସ୍ଵପ୍ନାରାଣି ନାୟକ ଓ ମମତା ନାୟକ ଙ୍କୁ ୨୦୦୦ ଟଙ୍କା ଲେଖା ପ୍ରଦାନ କରାଯାଇଥିଲା।ଏହି ପୁରସ୍କାର ଅର୍ଥ ରାଶି ପାଇବା ଦ୍ଵାରା ଛାତ୍ରୀ ମାନଙ୍କର ଆତ୍ମବିଶ୍ବାସ ଉଚ୍ଚ ହୋଇଥିବା ଯୋଗୁ ଆଗାମୀ ଦିନରେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠା ଲାଭ କରିବେ ବୋଲି ପ୍ରକାଶ କରିଛନ୍ତି। ବିଦ୍ୟାଳୟ କୁ ଅର୍ଥରାଶି ପ୍ରଦାନ କରିଥିବା ମଞ୍ଜୁଲତା ସାହୁ ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ହେଲେ ନିଜ ପିତା,ମାତା ଙ୍କୁ ଭଗବାନ ରୂପେ ମନରେ ଭକ୍ତି କଲେ ସମାଜରେ ପ୍ରତିଷ୍ଠା ଲାଭ କରିବା ପାଇଁ କେହି ଅଟକାଇ ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ ।
:- ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….