April 30, 2026

ସ୍ୱାଧୀନତା ଦିବସ ଅବସରରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

IMG-20240816-WA0021
Share

 

 

ବେଲଗୁଣ୍ଠା, 16/08, 78 ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସବିତା ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମୁନିଗାଡି ଗ୍ରାମପଞ୍ଚାୟତର ଅବସରପ୍ରାପ୍ତ ଭାରତୀୟ ସେନାବାହିନୀର ଅଧିକାରୀ ମାନଙ୍କୁ ଏବଂ

ଉପକାରାପାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ସେନା କର୍ମଚାରୀ ବାଲ୍ମିକୀ ଚରଣ ତ୍ରୀପାଠୀ, ଯୁଗଳ କିଶୋର ପ୍ରଧାନ, ସୀମାଞ୍ଚଳ ଗୌଡ଼, ସନ୍ତୋଷ କୁମାର ପ୍ରଧାନ, ରମେଶ ଚନ୍ଦ୍ର ଗୌଡ଼, ପ୍ରଫୁଲ୍ଲ କୁମାର ଗୌଡ଼,କାର୍ତ୍ତିକ ସାହୁ ଏବଂ ଅବସରପ୍ରାପ୍ତ ସହ କାରାପାଳ ଷଷ୍ଠୀ କୁମାର ତ୍ରିପାଠିଙ୍କୁ ମାନପତ୍ର ଏବଂ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା Iଏହା ସହିତ ମୁନିଗାଡି ଗ୍ରାମର ଷଷ୍ଠୀ କୁମାର ତ୍ରିପାଠୀ ମୁନିଗାଡି ହାଇସ୍କୁଲ ର ଚଳିତ ବର୍ଷ ଦଶମ ଶ୍ରେଣୀରେ ଟପର ହୋଇଥିବା

ଜଣେ ଛାତ୍ରୀ ଏବଂ ଛାତ୍ରଙ୍କୁ ଆର୍ଥିକ ପୁରସ୍କାର ଚେକ୍ ଆକାରରେ ପ୍ରଦାନ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed