July 17, 2026

ବଅଁରପାଳ ପଞ୍ଚଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶରେ ଶେଷ ହେଲା ରଥଟଣା..

IMG-20260716-WA0076
Share

 

ବଅଁରପାଳ, (୧୬/୦୭: ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର)ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ପଞ୍ଚଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ସମ୍ପନ୍ନ ହୋଇଛି। ସକାଳୁ ପହୁଡ଼ ଖୋଲା, ସକାଳ ନୀତି, ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଆଳତି, ସୂର୍ଯ୍ୟ ପୂଜା, ଷୋଡ଼ଶ ଉପଚାର, ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା।ସତ୍ୟବାନ ବରାହ ପୁଷ୍ପାଞ୍ଜଳି ଅର୍ପଣ କରିଥିବା ବେଳେ ପୂର୍ବତନ ବିଧାୟକ ଓ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଅପରାହ୍ଣ ୪ଟା ୧୦ ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ୭ଟା ସୁଦ୍ଧା ତିନି ରଥ ମାଉସୀମା’ ମନ୍ଦିରରେ ପହଞ୍ଚିଥିଲା।ବଳଭଦ୍ରଙ୍କ ତାଳଧ୍ୱଜ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପୁରୁଷମାନେ ଟାଣିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ହୁଳହୁଳି, ହରିବୋଲ, ଶଙ୍ଖ, ଘଣ୍ଟ ଓ କୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।ମୁଖ୍ୟ ପୂଜକ ଭାବେ ଅଶୋକ ଦାସ, ଅଚ୍ୟୁତାନନ୍ଦ ଦାସ ଓ ପ୍ରାଣବନ୍ଧୁ ନାଥ ନୀତିକାନ୍ତି ସମ୍ପାଦନ କରିଥିଲେ। କର୍ଭା ଭାବେ ସତ୍ୟବାନ ବରାହ ଓ ତାଙ୍କ ପତ୍ନୀ କୁମୁଦିନୀ ବରାହ ଦାୟିତ୍ୱ ନିର୍ବାହ କରିଥିଲେ। ମନ୍ଦିର କମିଟିର ବରିଷ୍ଠ ଉପଦେଷ୍ଟା ତଥା ଶିକ୍ଷାବିତ୍ ନରେଶ ଚନ୍ଦ୍ର ସାହୁ, ଛବିମୋହନ ସାହୁ, ସହ-ସମ୍ପାଦକ ଶୁଭେନ୍ଦୁ ବେଉରା, ଉପ-ସଭାପତି ପିତାମ୍ବର ସାହୁ, ପୂର୍ବତନ ସଭାପତି ସତ୍ୟବାନ ବରାହ, କାର୍ଯ୍ୟକାରୀ ସଦସ୍ୟ ଚେମୁଟୁ ସାହୁ, ରବି ନାରାୟଣ ବେହେରା, ସୁବାସ ପଟ୍ଟନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

ରଥଯାତ୍ରାର ସୁପରିଚାଳନା ପାଇଁ ବିଦ୍ୟୁତ୍ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ ଓ ବଜାର କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବଅଁରପାଳ ସାମ୍ବାଦିକ ସଂଘ ପକ୍ଷରୁ ଥଣ୍ଡା ପାନୀୟ ଜଳ ଓ ଚାରା ବଣ୍ଟନ କରାଯାଇଥିଲା। ପିପୁଲ ଫର ସେବା ଫାଉଣ୍ଡେସନ୍, ଗିରିଗୋବର୍ଦ୍ଧନ ନଗର, ବଅଁରପାଳ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଛୋଟ ଏକ ପ୍ରୟାସ ସଂଗଠନ ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଶେଷ ଜୀବନ ସାଥୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ଓ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା।

You may have missed