July 17, 2026

ନିଆରା ଢଙ୍ଗରେ ଜନ୍ମ ଦିବସ ପାଳିତ ..

IMG-20260716-WA0074
Share

 

ବୋଲଗଡ(ଉପାନ୍ତ ଖବର ମାନସ ରଞ୍ଜନ କର) ତା୧୬/୦୭

ବୋଲଗଡ ମଣ୍ଡଳ ଅନ୍ତର୍ଗତ ତୃତୀୟାପଡ଼ା ଗ୍ରାମର ସମାଜସେବୀ ବାମଦେବ ଜେନାଙ୍କ ସୁପୁତ୍ର ଜଗଦୀଶ ଜେନାଙ୍କର ଏକାଦଶ ଜନ୍ମ ତିଥି ଗୁରୁବାର ଦିନ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି l ଏହି ଅବସରରେ ସଂଗୀତା ସାହୁଙ୍କ ତତ୍ତ୍ଵlବଧାନରେ ଉକ୍ତ ଗ୍ରାମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ସମ୍ବନ୍ଧୀୟ ବୋଧଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତାରେ ପୁଷ୍ପଲତା ବେହେରା ଏଵଂ ତିଳୋତମା ଦତ୍ତ ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ l ଏଥିରେ ଗୌରବ ଚନ୍ଦ୍ରମଣି ବେହେରା ପ୍ରଥମ, ରୁଦ୍ରପ୍ରସାଦ ବେହେରା ଦ୍ୱିତୀୟ, ରାଜେଶ ପ୍ରିୟଦର୍ଶନ ସାହୁ ତୃତୀୟ ଏଵଂ ଉଭୟ ଜଗଦୀଶ ଜେନା ଓ ସନ୍ଧ୍ୟାରାଣୀ ଦତ୍ତ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ l ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଏହା ପରେ ଶ୍ରୀ ସ୍ୱାଇଁ, ପ୍ରଫୁଲ୍ଲ କୁମାର ଜେନା, ବାମଦେବ ଜେନା ଏବଂ ପ୍ରତିଯୋଗିତାରେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପିଜୁଳି, ଅଶୋକ, ପଣସ, ବାହାଡା, ଅଁଳା, ହରିଡ଼ା ଆଦି ଫଳ ଏଵଂ ଔଷଧିୟ ବୃକ୍ଷ ରୋପଣ କରିଥିଲେ l

You may have missed