ଚାରିଆଡେ ହାଲ୍ଲା ପଡିଛି ଦଳେଇଘାଇ ଭାଙ୍ଗି ଯାଇଛି, ସତ କଣ ଜାଣନ୍ତୁ
++++++++++++++++++++
ଜଗତସିଂହପୁର :- ଚାରିଆଡେ ହାଲ୍ଲା ହେଇଗଲା ଦଳେଇଘାଇ ଭାଙ୍ଗିଛି ! ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଛି !କିଛି ଆଉ ରଖିବନି ! ଜଳମଗ୍ନ ହେଇଯିବ ଜିଲ୍ଲା ! ଚାଲିଲା ଧାଁଧଉଡ଼, ଘରଛାଡି ରାସ୍ତାଉପରେ ଲୋକଙ୍କ ଭିଡ ! ସମସ୍ତେ ଧଇଁସଇଁ ହେଇ ଧାଇଁଲେ ଦଳେଇଘାଇ ଅଭିମୁଖେ ! ସତକୁସତ ତରିକୁନ୍ଦ ଠାରେ ମୁଖ୍ୟରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି ! ଘଟଣାର ସତ୍ୟତା ଜଣାପଡିଗଲା ଯେ ଦଳେଇଘାଇ ଜୋନ ରେ କେନାଲ ବନ୍ଧଭାଙ୍ଗି କୋଡିଏ ଫୁଟ ଆକାରରେ ଘାଇ ହେଇଯାଇଛି ! ସକାଳୁ ସକାଳୁ ପାଣି ରାସ୍ତା ଡେଇଁ ବିଲବାଡି ଗାଆଁଗଣ୍ଡା ପ୍ରଭାବିତ ହେବାରେ ଲାଗିଛି ! ଖବରରୁ ପ୍ରକାଶ ଯେ ମାଛଗାଁ କେନାଲରେ ଡିପାର୍ଟମେଣ୍ଟ ତରଫରୁ ଗତକାଲି ରାତ୍ରିସୁଦ୍ଧା ପାଣି ଛଡା ଯାଇଥିଲା !କାହାରିକୁ ଏହି ସୂଚନା ପ୍ରଦାନ କରାଯାଇ ନଥିଲା କିମ୍ବା କେନାଲ ବନ୍ଧ କୋଉଠି ଖାଇଯାଇଛି କି ନାହିଁ ଡିପାର୍ଟମେଣ୍ଟ ତଦାରଖ କରି ନଥିଲା ! ପାଣିର ଆବଶ୍ୟକତାକୁ ଆଖିଆଗରେ ରଖି ସୁଇସଗେଟ ଖୋଲିଦେବାରୁ ଅଚାନକ କେନାଲରେ ପାଣି ଭର୍ତ୍ତି ହୋଇ ବନ୍ଧ ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ! ଯାହା ଦଳେଇଘାଇ ଭାଙ୍ଗିବାର ଗୁଜବ କ୍ଷଣକ ମଧରେ ଜିଲ୍ଲାସାରା ବ୍ୟାପି ଯାଇଥିଲା ! ପରେ ପରେ ନିର୍ବାହୀଯନ୍ତ୍ରୀ କର୍ମଚାରୀଙ୍କୁ ଖବରକରି ସୁଇସଗେଟ ବନ୍ଦ କରିବାରୁ ଜଳସ୍ତର ହ୍ରାସ ପାଇଥିଲା !
ଏହିଚର୍ଚ୍ଚା ଏକ ବ୍ୟଙ୍ଗାତ୍ମକ ଭାବେ ଜିଲ୍ଲାରେ ଚାଲିଛି ଯେ ବିଲୁଆଖାଇ ନଦୀରେ ପାଣି ନାହିଁ ଦଳେଇଘାଇ ଭାଂଗିଲା କେମିତି ???
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !