June 29, 2024

ରାଷ୍ଟ୍ରୀୟ ସମ୍ମାନର ସହିତ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକଙ୍କ ଶେଷକୃତ୍ୟ …

Share

ଗୁଣପୁର -ତା:୧୬-୦୫-୨୦୨୪ରିଖ ଦିନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡମ୍ବରୁ ଧର ଉଲ୍ଲାକାଙ୍କ ଶେଷକୃତ୍ୟ ବାଙ୍କିଲି ଶସ୍ମାନ ଠାରେ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ଉଲ୍ଲାକା୧୯୭୪ରୁ ନିଜର ରାଜନୈତିକ ବିଧାୟକ ଭାବରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି , ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ ପର୍ଯ୍ୟନ୍ତ ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୮୫ରେ ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ଭୁବନେଶ୍ବରର ଏକ ଘରେଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗତ ୧୪-୦୫-୨୦୨୪ତାରିଖ ମଧ୍ୟରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଭୁବନେଶ୍ୱରରୁ ନିଜ ଗ୍ରାମ ବାଙ୍କିଲି ଆଣିବା ପରେ ରାଜ୍ୟ ଗୃହ ବିଭାଗର ନିର୍ଦେଶକ୍ରମେ ଓ଼ ଜିଲ୍ଲାପାଳ ଶ୍ରୀ ସତ୍ୟବାନ ମହାଜନଙ୍କ ଆଦେଶ ଅନୁଯାୟୀ ଆଜି ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବସନ୍ତ କୁମାର ପ୍ରଧାନ ଆଦି ଗୋଟିଏ ସେକ୍ସନ ପୋଲିସ ବାହିନୀ ରାଷ୍ଟ୍ରୀୟ ମର୍ଜ୍ୟଦା ପୂର୍ବକ ସ୍ଥାନୀୟମଶାଣି ଠାରେ ଗାର୍ଡ ଅଫ ଅନନର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାସଂଦ ହେମା ଗମାଙ୍ଗ, ଝିନ୍ନ ହିକକା, ଜୟରାମ ପାଙ୍ଗି, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ଜିଲ୍ଲାପରିଷଦ ସଭାପତି ବିଜୟ ଗମାଙ୍ଗଙ୍କ ଆଦି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ପୂର୍ବକ ଅନ୍ତିମ ଶଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ଅନ୍ତିମ ଦର୍ଶନ ନିମନ୍ତେ ରାୟଗଡ ଜିଲ୍ଲାରୁ ଓ ଅନ୍ୟଜିଲ୍ଲାରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।(ସୁରେନ୍ଦ୍ର ମହାନ୍ତି )