April 28, 2026

 ରାଜ୍ୟ ପୁରସ୍କାର ପ୍ରତିଯୋଗିତାରେ ସ୍କାଉଟ ଓ ଗାଇଡ ସ୍ଵେଚ୍ଛାସେବୀଙ୍କ ସଫଳତା….

muk
Share

 

 

ବେଲଗୁଣ୍ଠା, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ ଓ ଗାଇଡ ଶାଖାର ୧୫ ଜଣ ରୋଭର ଓ ୧୦ ଜଣ ରେଞ୍ଜର ସ୍ଵେଚ୍ଛାସେବୀମାନେ ରାଜ୍ୟ ପୁରସ୍କାର ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଚଳିତ ମାସ ଚଉଦ ତାରିଖରେ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ଆୟୋଜିତ ରାଜ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ମହାମହିମ ରାଜ୍ୟପାଳ ରଘୁବର ଦାସ କୃତୀ ସ୍ଵେଚ୍ଛାସେବୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଭର ସ୍ଵେଚ୍ଛାସେବୀ ରାହୁଲ ପରିଛା ସମସ୍ତଙ୍କ ପ୍ରମାଣ ପତ୍ର ମହାମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ। ଉକ୍ତ ସଫଳତାର ଶ୍ରେୟ ରୋଭର ଲିଡର ପି ଦୀପକ ରାଓ ଏବଂ ସୁଶାନ୍ତ କୁମାର ଲେଙ୍କାଙ୍କୁ ଦେଇଥିଲେ। ସେମାନଙ୍କର ପ୍ରେରଣା, ଦିଗଦର୍ଶନ ଏହି ସଫଳତା ମୂଳମନ୍ତ୍ର ବୋଲି ସ୍ଵେଚ୍ଛାସେବୀମାନେ ମତ ପ୍ରକାଶ କରିଥିଲେ। ସ୍କାଉଟ ସ୍ଵେଚ୍ଛାସେବୀମାନଙ୍କର ଏହି ସଫଳତାରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସେବା ସହିତ ସମର୍ପଣ ଭାବ ନେଇ ସାମାଜିକ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)