June 16, 2026

ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ଙ୍କ ପୁତୁରା ଆଇ ଏଫ ଏସ ପରୀକ୍ଷାରେ ରାଜ୍ୟ ଟପର……

top
Share

 

ଉମରକୋଟ-ଚଳିତ ବର୍ଷ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱରା ପରିଚାଳିତ ଭାରତୀୟ ବନସେବା (ଆଇ ଏଫ ଏସ)ପରୀକ୍ଷା ଫଳ ପ୍ରକାଶ ପାଇଛି |ଏହି ପରୀକ୍ଷାରେ ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ଙ୍କ ପୁତୁରା ଅର୍ଣ୍ଣବ ସାମନ୍ତରାୟ ଓଡିଶା ଟପର ହୋଇଥିବା ବେଳେ, ସର୍ବ ଭାରତୀୟ ସ୍ତରରେ ୪୦ତମ ସ୍ଥାନରେ ରହି ଓଡିଶା ପାଇଁ ଗୌରବ ଆଣିଛନ୍ତି | ସୂଚନା ଅନୁଯାୟୀ ଅର୍ଣ୍ଣବ ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ରହିଥିବା ବେଳେ, ସିବିଏସସି ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୯୭ ପ୍ରତିଶତ ରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ | ଏହାସହ ସେ ଆଇ ଆଇ ଟି ଖଡ଼ଗପୁର ରୁ ଏମଟେକ ଡିଗ୍ରୀ ହାସଲ କରିଛନ୍ତି | ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ଅବସର ପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ନିରୋଦ ସାମନ୍ତରାୟ ଏବଂ ବିଦ୍ୟୁତ ପ୍ରଭା ସାମନ୍ତରାୟ ଙ୍କ ପୁଅ ଅର୍ଣ୍ଣବ ଙ୍କର ଏହି ସଫଳତା ଓଡିଶା ପାଇଁ ଗୌରବ ଆଣିଥିବା ବେଳେ, ବଡ଼ ବାପା କ୍ଷୀରୋଦ ସାମନ୍ତରାୟ, ପ୍ରମୋଦ ସାମନ୍ତରାୟ, ସନବାପା ଇଂ. ସରୋଜ ସାମନ୍ତରାୟ, ଶନ୍ତିନ ସାମନ୍ତରାୟ ଏବଂ ପ୍ରଦ୍ୟୁମ୍ନ ସାମନ୍ତରାୟ, ଭଉଣୀ ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସମ୍ପାଦିକା ଇଂ.ଚନ୍ଦନା ମଲ୍ଲିକ, ଇଂ. ବନ୍ଦନା ମଲ୍ଲିକ, ଖୁଡି ଅବସରପ୍ରାପ୍ତ ଟୀକାକରଣ ଅଧିକାରୀ କୁସୁମ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି | ଅର୍ଣ୍ଣବ ଏହାର ଶ୍ରେୟ ପରିବାର ର ସମସ୍ତ ଗୁରୁଜନ ମାନଙ୍କୁ ଦେବା ସହ ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗ୍ରାମ ର ଜେଜେବାପା ଶିକ୍ଷାବିତ ତଥା ସମାଜସେବୀ ସ୍ବର୍ଗତ ଉମାନାଥ ସାମନ୍ତରାୟ ଙ୍କୁ ଜଣାଇଛନ୍ତି | ଅର୍ଣ୍ଣବ ଙ୍କ ସଫଳତା ପାଇଁ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ମହଲ ରୁ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି |( ଏମ୍.ଦୀନା°ଶୁ ଆଚାରୀ )

You may have missed