June 29, 2026

ବରଗଛ ପଡାରେ ସ୍ୱଚ୍ଛତା ପକ୍ଷ ପାଳନ

pinksarr
Share

 

ସମ୍ବଲପୁର: ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୂତାପଡା ପକ୍ଷରୁ ବରଗଛ ପଡ଼ା ଠାରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଥିଲା। ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୂତାପଡା ରେ ଆୟୋଜିତ ହୋଇଥିବା ଏହି ସ୍ବଚ୍ଛତା ପକ୍ଷ କାର୍ଯ୍ୟକ୍ରମରେ କେନ୍ଦ୍ରର ସମସ୍ତ କର୍ମଚାରୀ, ଗୌରାଙ୍ଗ ମହିଳା ସମିତି ର ସଦସ୍ୟ,ସ୍ୱଚ୍ଛ କର୍ମଚାରୀ ମାନେ ଯୋଗଦାନ କରିଥିଲେ।ଏହି ଅବସରରେ ଏକ ଆଲୋଚନା ବସ୍ତି ସଂଲଗ୍ନ ଅଞ୍ଚଳକୁ କିଭଳି ସଫା ସୁତୁରା ରଖିବା ସହିତ ସୁସ୍ଥ ପରିବେଶ ସୃଷ୍ଟି କରି ବିଭିନ୍ନ ସଂକ୍ରମଣ ରୁ ରକ୍ଷା ପାଇପାରିବା ସେ ସଂପର୍କରେ ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନ ଆଲୋଚନା କରିଥିଲେ।