ମାର୍ଚ୍ଚ ୧୯ ରେ ରାଷ୍ଟ୍ରୀୟ ନବବର୍ଷ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଆଜି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ତରଫରୁ ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ସଂକୀର୍ତନ ଓ ହୁଳହୁଳି ସହିତ ନବବର୍ଷ କୁ ସ୍ୱାଗତ କରାଯିବ l ସଭାପତି ମହାବୀର ରୁଦ୍ରନାରାୟଣ ସାହୁଙ୍କ ଅନୁଷ୍ଠିତ ବୈଠକ ରେ ରାଷ୍ଟ୍ରୀୟ ନବବର୍ଷ ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ର ଆଲୋଚନା କରାଯାଇଛି l ଅନୁଷ୍ଠାନ ର ସମ୍ପାଦକ ଅରବିନ୍ଦ ଶତପଥୀ କହିଛନ୍ତି ୧୯ ତାରିଖରେ ପୁରୀ ପୌରସଦନ ଠାରେ ସାଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଏହି ପବିତ୍ର ଦିବସ ଟିକୁ ସ୍ମରଣୀୟ କରିବାପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ପୁଷ୍ପ ସଜୀକାରଣ କରିବା ନିମନ୍ତେ ମାନ୍ୟବର ଆଇନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସମ୍ମାନସ୍ପଦ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟମାନଙ୍କ ନିକଟରେ ମୁଖ୍ୟଦାବି ଉପସ୍ଥାପନା କରାଯାଇଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
