ଏଆଇଓ୍ଵାଇଏଫ୍ ପକ୍ଷରୁ ଜାତୀୟ ଯୁବ ମହିଳା କନଭେନଶନ ପୁରୀରେ ଉଦଘାଟିତ।

ପୁରୀ: ତା୧୬/୩: ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ଵାଇଏଫ୍) ପକ୍ଷରୁ ସର୍ବଭାରତୀୟ ଯୁବତୀ କନଭେନଶନ ଆଜି ପୁରୀ ସହର ସ୍ଥିତ ସଂସ୍କୃତି ଭବନ ଠାରେ ଅମୁଥା ଜୟଦୀପ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଅଛି। ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଏହି ଯୁବ ମହିଳା ଜାତୀୟ କନଭେନଶନକୁ କର୍ମବୀର ଵାଧନୀ ଉଦ୍ଘାଟନ କରି ସାମ୍ପ୍ରଦାୟିକ, ଜାତିଵାଦୀ ଓ ପୁଞ୍ଜିବାଦୀ ଶୋଷଣ କଷଣ ରୁ ଲିଙ୍ଗ ଭେଦ ଦୂର କରିବା ସହ ସ୍ତ୍ରୀ ଲିଙ୍ଗଗତ ଅଧିକାର ହାସଲ ପାଇଁ ଐକ୍ଯଵଦ୍ଧ ସଂଘର୍ଷର ଆହ୍ଵାନ ଦେଇଥିଲେ। ଆଜିର ଏହି ସାମାଜିକ ଅର୍ଥନୈତିକ ଶୋଷଣ କେଵଳ ସାମ୍ପ୍ରଦାୟିକ ବା ଜାତିଵାଦୀ ଶୋଷଣରେ ସିମୀତ ନାହିଁ। ଏହା ପୁଞ୍ଜିବାଦର ଚରମ ପର୍ଯ୍ୟାୟ ସାମ୍ରାଜ୍ୟଵାଦୀ ପ୍ରୋତ୍ସାହିତ ସାମ୍ପ୍ରଦାୟିକ ଜାତିଵାଦୀ ଶୋଷଣ ଅଟେ। ଏହି କନଭେନଶନର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ସମଗ୍ର ଦେଶରୁ ଆସିଥିବା ଯୁବତୀ ପ୍ରତିନିଧି ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। କନଭେନଶନକୁ ପ୍ରୋତ୍ସାହିତ କରିଥିବା ଏଆଇଓ୍ଵାଇଏଫ୍ ର ସାଧାରଣ ସମ୍ପାଦକ ସୁଖଜିନ୍ଦର ମାହେଶରୀ ଶୁଭେଛା ଜ୍ଞାପନ କରି ସମାଜର ଅଧା ଭାଗ ଯୁଵ ମହିଳା ଏହି ସଂଘର୍ଷର ନେତୃତ୍ଵ ନେବାକୁ ଆହ୍ବାନ ଦେଇଥିଲେ। ଯୁବ ସଂଘର ପୁର୍ବତନ ଜାତୀୟ ଉପସଭାପତି ତଥା ସିପିଆଇ ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ଏହି କନଭେନଶନକୁ ଶୁଭେଛା ଜଣାଇ କହିଥିଲେ କି ଯୁବତୀମାନେ ସଂଗ୍ରାମ ର ଆଗଧାଡିରେ ରହିଲେ ହିଁ ଉଭୟ ରୁଢୀଵାଦ ଓ ସାମ୍ରାଜ୍ୟ ବାଦ ବିରୋଧୀ ସଂଘର୍ଷ ତେଜିଆନ ହେବ। ଆମେରିକାର ସାମ୍ରାଜ୍ୟବାଦ ଆରାଧ୍ୟ ବାଳିକା ବିଦ୍ୟାଳୟ ଧ୍ଵଂସ କରି ଶହ ଶହ ସ୍କୁଲ ଛାତ୍ରୀଙ୍କୁ ହତ୍ୟା, ଲାଭ ଓ ଲୋଭ ପାଇଁ ପୁଞ୍ଜିଵାଦ ଓ ସାମ୍ରାଜ୍ୟଵାଦ ଯେକୌଣସି ବ୍ୟଭିଚାର କରିପାରେ ବୋଲି ମୃତ ଏପଷ୍ଟିନ ଫାଇଲ୍ ରୁ ଗୁମର ଫିଟୁଛି। ରୁଢିଵାଦୀ ପିତୃସତ୍ତା ଅହଙ୍କାର, ଶୋଷଣ କଷଣ ନାରୀ ନିର୍ଯାତନା କେଵଳ ଶ୍ରେଣୀ ସଂଘର୍ଷ ଦ୍ଵାରା ହିଁ ସମ୍ଭବ ହେବ ଏ ଏଥିପାଇଁ ଯୁବଗୋଷ୍ଠୀ ବିଶେଷ କରି ଯୁବ ମହିଳା କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏଆଇୟା ଏଫ୍ ର ସର୍ବଭାରତୀୟ ଉପସଭାପତି ପ୍ରଦୀପ ସେଠୀ ଏ ଶହ ଶହ ବର୍ଷର ଅନ୍ଧଵିଶ୍ଵାସ, ଶୋଷଣ ଓ ନିର୍ଯାତନାର ଶେଷ ପାଇଁ ଆମକୁ ହିଁ ସଂଘର୍ଷ କୁ ତ୍ବରାନ୍ବିତ କରିବାକୁ ହେବ ବୋଲି କହିଥିଲେ । ଏହି କନଭେନଶନରେ ବିଭିନ୍ନ ରାଜ୍ୟରୁ ଯୁବ ନେତ୍ରୀ ବିନିତା ବିନସେଣ୍ଟ, ଆଶ୍ଵିନୀ, ଶ୍ଵେତା, ଶ୍ରେୟା, ରେଶାମ ଇତ୍ୟାଦି ଉଦବୋଧନ ଦେଇଥିବା ବେଳେ ଏଆଇଏସ ଏଫ୍ ର ଜାତୀୟ ଉପସଭାପତି ସଂଘ ମିତ୍ର ଜେନା, ରାଜ୍ଯ ସଭାପତି ସତ୍ୟ ରଞ୍ଜନ ମହାନ୍ତି, ରାଜ୍ଯ ସମ୍ପାଦକ କାମଦେବ ନାହାକ, ସିପିଆଇ ର ପୁର୍ବତନ ରାଜ୍ଯ ସମ୍ପାଦକ ଆଶିଷ କାନୁନଗୋ, ବର୍ତ୍ତମାନର ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ, ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ, ସୁରେଶ ବିଶ୍ଵାଳ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ। ଏହି କନଭେନଶନ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲୁ ରହିବ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
