May 11, 2026

ଉମରକୋଟ ସଦାଶିବସୁକୁମାର ସରକାରୀ ଉଚ୍ଚବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ସ୍ପନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ଶିକ୍ଷା ଆମ ସମାଜ କୁ କୁସଂସ୍କାର ରୁ ଦୁରେଇ ନିଏ (ବି. ଡ଼ି. ଓ )

IMG-20260318-WA0002
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)ଉମରକୋଟ ସରକାରୀ ପିଏମ ଶ୍ରୀ ନୋଡାଲ ସଦାଶିବସୁକୁମାର ଉଚ୍ଚବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ସ୍ପନ୍ଦନ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବହୁ ମୁଖ୍ୟ ଅତିଥି ଯୋଗଦେଇ ନିଜ ର ଅଭିଭାଷଣ ରଖିଥିଲେ।ମୁଖ୍ୟତଃ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ହେଇଆସିଥିବା ସ୍କୁଲ ର ପୂର୍ବ ଛାତ୍ର ତଥା ଉମରକୋଟ ମୁନସିପାଲିଟି ର ମୁନ୍ନା ପାଢ଼ୀ ତାଙ୍କ ଅଭିଭାଷଣ ରେ ସ୍କୂଲ ର ଶିକ୍ଷା ଓ ପାରିପାର୍ଷିକ ଉନ୍ନତି କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ. ସ୍କୂଲ ରେ ପାଚେରୀ ଖୋଲା ରହୁଥିବାରୁ ବିଭିନ୍ନ ସମୟରେ ଅସମାଜିକ ବ୍ୟକ୍ତି ଙ୍କ ଅବାଧ ପ୍ରବେଶ ଓ ପ୍ରଥମ ଶ୍ରେଣୀ ରୁ ପିଲାଙ୍କ ଶିକ୍ଷା ଦାନ ଉପରେ ଅଧିକ ଗୁରୁତ୍ୱ ଦେଇ ପାଠ ର ମୁଳୁଦୁଆ ବୋଲି କହିଥିଲେ। ସ୍କୂଲ ର ଉନ୍ନତି ପାଇଁ ମନ୍ତ୍ରୀ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ। ପରେ ପରେ ସ୍କୁଲ ର ପୂର୍ବତନ ଶିକ୍ଷା ବିତ ଉମେଶ ଭୁକ୍ତା କିପରି ଏହି ସ୍କୁଲ ବହୁ ପ୍ରତିଷ୍ଠିତ ଛାତ୍ର ଙ୍କୁ ଜନ୍ମ ଦେଇ ଦେଶ ବିଦେଶ ରେ ନାଆ କମାଇଵା ସହ ଏହି ସ୍କୂଲ ର ନା ରଖିଛନ୍ତି ବୋଲି ଉଦବୋଧନ ଦେଇଥିଲେ। ଶିକ୍ଷା ଓ ଛାତ୍ର ଛାତ୍ରୀ ଙ୍କ ମାନ ବୃଦ୍ଧି ଓ ସଂସ୍କାର ଉପରେ ଉମରକୋଟ
ବି. ଡ଼ି. ଓ. ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ପରେ ପରେ ବିଭିନ୍ନ ବର୍ଗ ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାସଂକୃତିକ ବିଚିତ୍ରା ପରିବେଷଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ସ୍ଥାନୀୟ ବି. ଡ଼ି. ଓ ମନୋଜ କୁମାର ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ,ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ,ସ୍କୂଲ ଏସ. ଏମ. ସି କମିଟି ଅଧକ୍ଷ ବେଞ୍ଜାମିନ ଉପାସି, ବିଶିଷ୍ଟ ଶିକ୍ଷା ବିତ ଦେବେନ୍ଦ୍ର ବାଗ, ସ୍କୂଲ ର ପ୍ରଧାନ ଶିକ୍ଷୟତ୍ରୀ ରଂଜିତା କଁଅର, ସମସ୍ତ ଅଭିଭାବକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଈ. ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ।