September 12, 2026

ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୫୩ ଗୋଟି କେଶରେ ଜବତ ୧୩.୩୪ ଗଞ୍ଜେଇକୁ ପୋଡି ନଷ୍ଟ କରାଗଲା 

IMG-20260911-WA0048
Share

 

 

ପାରଳାଖେମୁଣ୍ଡି:୧୧/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ୫୩ ଗୋଟି ମାମଲାରେ ଜବତ ହୋଇଥିବା ୧୩.୩୪ ଟନ୍‌ ଗଞ୍ଜେଇକୁ ଜିଲା ଡ୍ରଗ୍ ଡିସ୍ପୋଜାଲ କମିଟିର ଆଦେଶ ଅନୁଯାୟୀ ଗଞ୍ଜାମ ଜିଲାର ଶେରଗଡ଼ ଇନ୍‌ସିନେରେଟର କେନ୍ଦ୍ରରେ ପୋଡ଼ି ନଷ୍ଟ କରିଦିଆଯାଇଛି ।ସୂଚନାନୁସାରେ, ପୁଲିସ ବିଭାଗର ୨୩ଟି ମାମଲାରେ ୧୧, ୫୪୧. ୪୨୯ କିଲୋଗ୍ରାମ ଏବଂ ଅବକାରୀ ବିଭାଗର ୩୦ଟି ମାମଲାରେ ୧, ୮୦୪, ୭୫୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ୫୩ଟି ମାମଲାରେ ଜବତ ହୋଇଥିବା ଗଞ୍ଜେଇର ପରିମାଣ ସମୁଦାୟ ୧୩.୩୪ ଟନ୍‌ ବୋଲି ଜଣାପଡ଼ିଛି। ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ସମୟରେ ଦକ୍ଷିଣାଞ୍ଚଳ ଆଇଜିପି ଜୟ ନାରାୟଣ ପଙ୍କଜ, ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲା ପୁଲିସ ମୁଖ୍ୟାଳୟର ଡିଏସ୍‌ପି, ଅବକାରୀ ଅଧୀକ୍ଷକଙ୍କ ସମେତ ମାଜିଷ୍ଟ୍ରେଟ୍, ବରିଷ୍ଠ ପୁଲିସ ଓ ଅବକାରୀ ଅଧିକାରୀ ଏବଂ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।