ସାମ୍ୱାଦିକ ପ୍ରମୋଦ ଦାସ ଙ୍କ ଅକାଳ ବିୟୋଗ
ସାମ୍ୱାଦିକ ପ୍ରମୋଦ ଦାସ ଙ୍କ ଅକାଳ ବିୟୋଗ । ଅସ୍ତରଙ୍ଗ,, ଅସ୍ତରଙ୍ଗ ଅଞ୍ଚଳର ଜଣେ ଧର୍ମ ପରାୟଣ ଓ ମିଷ୍ଟ ଭାଷୀ ଦୈନିକ ଖବରକାଗଜ ନିର୍ଭୟ ର ସାମ୍ବାଦିକ ପ୍ରମୋଦ କୁମାର ଦାସ ଙ୍କ ( ୬୫ ) ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପୂର୍ବରୁ ଅସ୍ତରଙ୍ଗ ଅଗ୍ରଣୀ ଅନୁଷ୍ଠାନ ମା ଲଷ୍ମୀ କ୍ଳବ୍ ର ସଭାପତି ଭାବେ ଗୁରୁ ଦାୟିତ୍ୱ ସମ୍ପାଦନା କରିଥିଲେ। ସେ ହୃଦ୍ ରୋଗ ଓ କୀଡୀନ୍ ଜନିତ ସମସ୍ୟାର ପୀଡିତ ଥିଲେ । ଶୁକ୍ରବାର ରାତ୍ର ୧୨ ଘଂଟିକା ସମୟରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଖବର ପାଇ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ତାଙ୍କ ଅସ୍ତରଙ୍ଗ ସ୍ଥିତ ବାସଭବନ ଯାଇ ଶେଷ ଦର୍ଶନ କରିବା ସହିତ ଅସ୍ତରଙ୍ଗ ମାଟି ଜଣେ ଦକ୍ଷ ଓ ନିର୍ଭିକ ସାମ୍ବାଦିକ ହରାଇଲା ବୋଲି କହିଥିଲେ । ତାଙ୍କ ପରଲୋକରେ ସାମ୍ବାଦିକ ସଙ୍ଘ ର ସଦସ୍ୟ, ରାଜନେତା, ବୁଦ୍ଧିଜୀବୀ, ମାଆ ଲକ୍ଷ୍ମୀ କ୍ଳବ ର ସଦସ୍ୟ ବୃନ୍ଦ, ଅଞ୍ଚଳ ବାସୀ, ବନ୍ଧୁ ପରିଜନ, ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସ୍ୱର୍ଗ ଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ମୁହଁରେ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ରେ ସାରା ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି ।
