ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
୧୭/୦୩/୨୦୨୬ କୋରାପୁଟ: ଆଗାମୀ ଏପ୍ରିଲ ଓ ମେ ମାସରେ କାଳ ବୈଶାଖୀ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ ରଖିବା ପ୍ରଶାସନର ପ୍ରାଥମିକତା। ଭାରୀଯାନ ଗୁଡ଼ିକରେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ କୁଲିଂ ବ୍ୟବସ୍ଥା ସହ ଜଣେ ସହଯୋଗୀ ରହିବା ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସତର୍କତା ଅବଲମ୍ବନ କରିବାକୁ ଏବଂ ସକାଳୁଆ ସ୍କୁଲ ନିୟମ ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦେଶନାମା ଜାରି କରାଯିବ । ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନିସିପାଲିଟି ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳଛତ୍ର ଓ ବିଶ୍ରାମାଗାର ଖୋଲିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗକୁ ଓଆରଏସ ପ୍ୟାକେଟ ଓ ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା ସହ ହସ୍ପିଟାଲ ଗୁଡ଼ିକରେ ଏସି ଓ କୁଲର ସୁବିଧା ଥିବା ସ୍ବତନ୍ତ୍ର କକ୍ଷ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଜଙ୍ଗଲରେ ନିଆଁ ରୋକିବା ପାଇଁ ବନ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା,ବ୍ଳକ ଓ ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୨୪/୭ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସମସ୍ତ ହେଲ୍ପଲାଇନ ନମ୍ବରକୁ ସାର୍ବଜନୀନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥିସହ ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ବତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଥିଲା । ସେହିପରି ଜିଲାର ସମସ୍ତ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା �
