ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

ବୁଗୁଡା : ତା ୧୬/୦୩/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଶ୍ବ ହିନ୍ଦୁ ପରିଷଦର ଓଡିଶା ପୂର୍ବ ପ୍ରାନ୍ତ ସହସମ୍ପାଦକ ଅରୁଣ କୁମାର ପାଢୀ, ବଜରଙ୍ଗ ଦଳର ଓଡିଶା ପୂର୍ବ ପ୍ରାନ୍ତ ସହସଂଯୋଜକ ରାଜୀବ ନେତ୍ର ଖାଡ଼ଙ୍ଗା ଏବଂ ଗଞ୍ଜାମ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର ଉପସଭାନେତ୍ରୀ ମହେଶ୍ବରୀ ଦୋରା ପ୍ରମୁଖ ଯୋଗ ଦେଇ ମିଳିତ ସଙ୍ଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ସହ ହିନ୍ଦୁ ସମାଜର ସୁରକ୍ଷା ଏବଂ ସେବାକାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ମାର୍ଗଦର୍ଶନ କରିଥିଲେ। ଏ ଅବସରରେ ବଜରଙ୍ଗ ଦଳର ଘୁମୁସର ଜିଲ୍ଲା ସଂଯୋଜକ ଭାବେ ଚନ୍ଦନ କୁମାର ସ୍ବାଇଁ ଏବଂ ବିଶ୍ବ ହିନ୍ଦୁ ପରିଷଦର ଘୁମୁସର ଜିଲ୍ଲା ସହସମ୍ପାଦକ ଭାବେ ରାଜ କିଶୋର ଭୋସଲେଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏଥି ସହ ବୁଗୁଡା ନଗର ପାଇଁ ସ୍ବାଧୀନ ନନ୍ଦଙ୍କୁ ସଂଯୋଜକ, ମଦନ ମୋହନ ପାଢୀ ଓ ଶୁଭମ୍ ଦଳେଇଙ୍କୁ ସହସଂଯୋଜକ, ଦଣ୍ଡିଆ ସାହୁଙ୍କୁ ଗୋରକ୍ଷା ପ୍ରମୁଖ , କାଳିଆ ପାତ୍ର ଓ ହରିଊ ପାତ୍ରଙ୍କୁ ସହ-ଗୋରକ୍ଷା ପ୍ରମୁଖ , ସଂଗ୍ରାମ ଦାସଙ୍କୁ ବିଦ୍ଯାର୍ଥୀ ପ୍ରମୁଖ, ପ୍ରହଲ୍ଲାଦ ସାସମଲଙ୍କୁ ସୁରକ୍ଷା ପ୍ରମୁଖ, ହର ପ୍ରସାଦ ସାହୁଙ୍କୁ ସହ-ସୁରକ୍ଷା ପ୍ରମୁଖ କାର୍ଯ୍ୟକର୍ତ୍ତା ଭାବେ ଚୟନ କରାଯାଇଥିଲା। ଅନ୍ଯପକ୍ଷରେ ସୋରେନ କୁମାର ପ୍ରଧାନଙ୍କୁ ଜିଲ୍ଲା ସୋସିଆଲ ମିଡିଆ ପ୍ରମୁଖ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ସଂଗଠନର ସୁଦୃଢୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
