March 11, 2026

ଶ୍ରୀ ନୀଳଚକ୍ର ସ୍ପୋର୍ଟସ କ୍ଲବ୍ ପୁରୀ ପକ୍ଷରୁ ହୋଟେଲ ନାୟକ ବିଚ୍ ରିସର୍ଟ ପରିସରରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି..

lpk8
Share

                                                                                                  ଶ୍ରୀ ନୀଳଚକ୍ର ସ୍ପୋର୍ଟସ କ୍ଲବ୍ ପୁରୀ ପକ୍ଷରୁ ହୋଟେଲ ନାୟକ ବିଚ୍ ରିସର୍ଟ ପରିସରରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ଛୁଆଳସିଂ,ପୂର୍ବତନ କ୍ରୀଡା ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ମୁଖ୍ୟ ସହଯୋଗୀ ଗିରିଶ ଚନ୍ଦ୍ର ନାୟକ,ଅନୁଷ୍ଠାନର ସଭାପତି ଆର ଜଗନ୍ନାଥ ରେଡ୍ଡୀ ଏବଂ ଅନୁଷ୍ଠାନର କୋଚ ଜଗଲୁର ମହମ୍ମଦ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।କ୍ରୀଡା ନିମନ୍ତେ ପୁରୀ ସହରରେ ଗୋଟିଏ ହେଲେ ଜାଗା ନାହିଁ ତେଣୁ ସରକାରଙ୍କୁ ଗୁହାରି କରି ପିଲା ମାନଙ୍କ ନିମନ୍ତେ ଏକ ଜାଗା ଯୋଗେଇ ଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହାପରେ କୋଚ ଜଗଲୁର୍ ମହମ୍ମଦ ଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଏହାପରେ ଫୁଟବଲ କ୍ରୀଡାବିତ୍ କାହୁଁ ମଲ୍ଲିକ, ଆୟୁଶା ପ୍ରିୟଦର୍ଶିନୀ,ବି ଶିବା, ତେଜସ ନାୟକ ଏବଂ ସନ୍ଦୀପ ଦାସ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ପ୍ରଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଏବଂ ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed