March 11, 2026

ମିଳିଲା ସାମାନ୍ୟ ଆଶ୍ବସ୍ତି , ବନାଗ୍ନି ପ୍ରଶମନରେ ସାହା ହେଲା ବର୍ଷା 

IMG-20230316-WA0035
Share

ବୁଗୁଡା : ତା ୧୬/୦୩/୨୩ : ଗତ କିଛି ଦିନ ହେଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ହୁ ହୁ ହୋଇ ଦିନରାତି ଜଳୁଥିଲା । ବନ୍ଯପ୍ରାଣୀଙ୍କ ସୁରକ୍ଷା ବିପନ୍ନ ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇଥିଲା । ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସକାଶେ ଗଠିତ ବିଭିନ୍ନ ସମିତିର ଭୂମିକା ଅଦୃଶ୍ଯ ରହିଥିବା ବେଳେ ବିଭାଗୀୟ କାମଚଳା ଜନ ସଚେତନତା କାର୍ଯ୍ୟକ୍ରମ ଫଳ ଶୂନ୍ୟ ହୋଇଥିଲା । ଅନ୍ୟପକ୍ଷରେ ବିଭିନ୍ନ ଜଙ୍ଗଲର ନିଆଁକୁ ଆୟତ୍ତ କରିବାରେ ଅସଫଳ ହୋଇ ବନ ବିଭାଗ କିଂକର୍ତ୍ତବ୍ଯମୁଢ ଅବସ୍ଥାରେ ରହିଥିଲା । ତେବେ ବନାଗ୍ନି ପ୍ରଶମନରେ ଆଜି ସକାଳର ସାମାନ୍ଯ ଝିପିଝିପି ବର୍ଷା ସାହା ହୋଇଥିଲା । ପୁଣି ସନ୍ଧ୍ଯା ବେଳର ପ୍ରବଳ ବର୍ଷା ହେତୁ ଜଙ୍ଗଲ ନିଆଁ ପୁରାପୁରି ଲିଭିଯାଇ ପରିବେଶ ଥଣ୍ଡା ପଡିଯାଇଥିବାରୁ ବନ ବିଭାଗକୁ ଟିକେ ଆଶ୍ବସ୍ତି ମିଳିଛି । ଏଣିକି ଅଙ୍ଗାର ସଂଗ୍ରହ କିମ୍ବା ବନ୍ଯଜନ୍ତୁ ଶିକାର ଉଦ୍ଦେଶ୍ଯରେ ଜଙ୍ଗଲରେ ନିଆଁ ଲଗାଉଥିବା ଦୃବର୍ତ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି । ଏଥି ସହ ଗଣମାଧ୍ୟମକୁ ଦୃଷ୍ଟି ଆଢୁଆଳରେ ନରଖି ବିଭିନ୍ନ ବନ ସୁରକ୍ଷା ସମିତି ଏବଂ ଲୋକପ୍ରତିନିଧିଙ୍କ ସହଭାଗିତାରେ ବାସ୍ତବିକ କାର୍ଯ୍ୟକ୍ରମ କରି ଜନ ସଚେତନତା ସୃଷ୍ଟି କରିବା ଦିଗରେ ସ୍ଥାନୀୟ ବନ ବିଭାଗ ସଫଳ ପ୍ରୟାସ କରିବା ବିଧେୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

You may have missed