ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ଶିଶୁ କନ୍ୟା ଶିକ୍ଷା ଉପରେ ଏକ ଦିନିକିଆ କର୍ମଶାଳା*
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଭାରତ ସରକାର ଙ୍କ ପିଏମ ଉଷା (PM UShA)ଯୋଜନାର ଲିଙ୍ଗ ସମାନବସ ଓ ସମାନ ପଦକ୍ଷେପ (GIEI) ଅଂଶ ଅଧୀନରେ ପ୍ରଯୋଜିତ କନ୍ୟା ଶିଶୁ ଶିକ୍ଷା ଉପରେ ଏକ ଦିନିକିଆ କର୍ମଶାଳା ତଥା ସଚେତନତା ଶିବିର ତା ୧୧/୦୨/୨୦୨୬ରିଖରେ ସଫଳତାର ସହ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ଟିକୁ ମହାବିଦ୍ୟାଳୟର ଅଧକ୍ଷ ଡଃ ଅନିଲ କୁମାର ମିଶ୍ର ଉଦଘାଟନ କରି ଶିଶୁ କନ୍ୟା ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଡି.ଗିବିନ୍ଦ ରାଓ ଯୋଗଦାନ କରି ଶିଶୁ ଶିକ୍ଷା ସମାଜର ଦକ୍ଷତା ଓ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ l ସଂମ୍ମାନିତ ସଂସାଧନ ବ୍ୟକ୍ତି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ରବୀନ୍ଦ୍ର ଏବଂ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା ଯୋଗଦେଇ ଶିଶୁକନ୍ୟା ଶିକ୍ଷାର ଜାତି ଗଠନ ଓ ସମାଜ ପରିବର୍ତନରେ ଭୂମିକା ଏବଂ ଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ଅଧ୍ୟୟନ ତଥା ସ୍ୱାବଲମ୍ବି ହେବାପାଇଁ ଉତ୍ସାହିତ କରିଥିଲେ l ପି ଏମ ଉଷା ଯୋଜନାର ନୋଡାଲ ଅଧିକାରୀ ଶ୍ରୀମତୀ ସଂଗୀତା ତ୍ରିପାଠୀ ଏବଂ ଉପ ନୋଡାଲ ଅଧିକାରୀ ଡଃ ଯାହାଙ୍ଗୀର ମହମ୍ମଦ ପି ଏମ ଉଷା ର ଲକ୍ଷ ଏବଂ ଉଦ୍ଦେଶ୍ୟ ସହିତ ଶିଶୁକନ୍ୟା ଶିକ୍ଷାର ଗୁରୁତ୍ୱ ଏବଂ ସରକାର ଆରମ୍ଭ କରିଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସରକାରୀ ସ୍ନାତକ ମହାବିଦ୍ୟାଳୟ,ରାଇଘର,ସରକାରୀ ସ୍ନାତକ ମହାବିଦ୍ୟାଳୟ, ଝରୀଗାଁ,ଅଲେଖ ମହିମା ସ୍ନାତକ ମହାବିଦ୍ୟାଳୟ, ଧୋଡ୍ରା, ପାନାବେଡା ସ୍ନାତକ ମହାବିଦ୍ୟାଳୟ, ଚନ୍ଦାହାଣ୍ଡି, ଗୁରୁକୃପା ସ୍ନାତକ ମହାବିଦ୍ୟାଳୟ, ଉମରକୋଟ ଏବଂ ରାଇଘର ର ଛାତ୍ରୀ ମାନଙ୍କ ସହିତ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ର ଛାତ୍ରୀ ତଥା କର୍ମଚାରୀ ମାନେ ଯୋଗଦେଇଥିଲେ l
ଏହି କାର୍ଯ୍ୟକ୍ରମଟିକୁ ପି ଏମ ଉଷା ଦାୟିତ୍ୱରେ ଥିବା ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀ ରାମ ଶଙ୍କର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡଃ ଚିନ୍ମୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିବା ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l
