ସନ୍ଥ ଭକ୍ତଚରଣ ପୁସ୍ତକ ଓ଼ ପଲିଶ୍ରୀମେଳାର ତୃତୀୟ ଦିବସ ପାଳିତ…
ବେଗୁନିଆ, ସାହିତ୍ୟ,ସଂସ୍କୃତି ପରମ୍ପରା ଶାନ୍ତି, ମୈତ୍ରୀ,ପ୍ରଗତି, ବ୍ୟବସାୟୀକ ପେଣ୍ଠ ଓ଼ ରାଜସୁନାଖଳା ପୁସ୍ତକ ଓ଼ ପଲିଶ୍ରୀମେଳା ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମକୁ ଭକ୍ତଚରଣ ବିନାୟକ ଯୁବକ ସଙ୍ଘ ଓ ମା ବେଢାକାଳିକା ଯୁବକ ସଙ୍ଘ ଓ ସନ୍ଥ ଭକ୍ତଚରଣ ପୁସ୍ତକ ଓ ପଲିଶ୍ରୀମେଳା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ମିଳିତ ଆବାହକତ୍ୱରେ ରାଜସୁନାଖଳା ଯାତ୍ରା ପଡିଆରେ ସନ୍ଥ ଭକ୍ତ ଚରଣ ପୁସ୍ତକ ଓ ପଲିଶ୍ରୀ ମେଳା ଆୟୋଜିତ ହୋଇଛି ଏହି ମେଳା ୧୩/୨/୨୪ ତାରିଖ ଠାରୁ ୧୭/୨/୨୪ ପର୍ଯ୍ୟନ୍ତ ୦ଦିନ ଧରି ଧୂମଧାମରେ ପାଳିତ ହେବ। ଏହି ସନ୍ଥ ଭକ୍ତଚରଣ ପୁସ୍ତକ ଓ ପଲିଶ୍ରୀ ମେଳାରେ ମୁଖ୍ୟଅତିଥିଭାବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସାଂସଦ ତଥା ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ, ଅଖିଳ ଭାରତୀୟ କଂଗ୍ରେସ କମିଟି,ରାମଚନ୍ଦ୍ର ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପବିତ୍ର ମୋହନ ସାମନ୍ତରାୟ,ପୂର୍ବତନ ପିସିସି ସମ୍ପାଦକ ସତ୍ୟବ୍ରତ ନାୟକ, ସମାଜସେବୀ ଡ଼. ବନ୍ଦନା ହରିଚନ୍ଦନ ଓ ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନ ପ୍ରମୁଖ ଯୋଗଦେଇ ଥିବାବେଳେ କମିଟିର ସଭାପତି ତଥା ରାଜସୁନାଖଳା ପଂଚାୟତର ଯୁବ ସରପଂଚ ଚିତ୍ତରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିଲେ । ସଭା ପୁର୍ବରୁ ଆଖପାଖ ଅଞ୍ଚଳରୁ କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରଯାଇଥିଲା ଓ ସେମାନଙ୍କୁ କମିଟି ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉଚ୍ଚ କୋଟୀର ନୃତ୍ୟ ଦର୍ଶକମାନଙ୍କ ମନ ମୋହିତ କରିଥିଲା। ଉପସ୍ଥିତ ଅତିଥି ମନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। କମିଟିର ଉପସଭାପତି ବଲ୍ଲଭ ପ୍ରଧାନ ମଂଚ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭା ଆରମ୍ଭରୁ ଉତ୍କଳ ସଙ୍ଗୀତ ଗାନ କରାଯାଇ ଥିଲା। ରାଜ ସୁନାଖଳାର ବିନାୟକ ଯୁବକ ସଂଘ ଓ ବେଢାକାଳିକା ଯୁବକ ସଂଘ ର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ସନ୍ଥ ଭକ୍ତଚରଣ ପୁସ୍ତକ ଓ ପଲିଶ୍ରୀ ମେଳା ମାତ୍ର ଏକ ମାସର ଚିନ୍ତା ଧାରାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ସଂପାଦକୀୟ ବିବରଣୀ ରେ କମିଟିର ସଂପାଦକ ସୂର୍ଯ୍ୟକାନ୍ତ ମିଶ୍ର ଆଲୋକ ପାତ କରିଥିଲେ। ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ, ମିନା ବଜାର, ପୁସ୍ତକ ଷ୍ଟଲ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ପଲିଶ୍ରୀ ମେଳାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିବା ଜଣା ପଡିଛି। ଏହି କ୍ରମରେ ବୁଦ୍ଧିଜୀବୀ ରାଜିବ ଲୋଚନ ପ୍ରଧାନ, ବଲ୍ଲଭ ପ୍ରଧାନ ସମେତ ଏକାଧିକ ସେଛ୍ୱାସେବୀ ଉପସ୍ଥିତ ରହି ଉତ୍ସବ କୁ ପରିଚାଳନା କରିଥିଲେ।
(ମାନସ ରଞ୍ଜନ କର)