April 25, 2026

ମାର୍ଚ୍ଚ ୧୫ରେ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନ ପାଇ ରାୟଗଡ଼ ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

IMG-20230216-WA0009
Share

ରାୟଗଡ,( ଗଜପତି)ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଠାରେ ରାୟଗଡ଼ ବ୍ଲକ ଡ୍ରାଇଭର ମହାସଂଘର ସଭାପତି ଜ୍ୟୋତିଲାଲ ସ୍ୱାଲସିଂଙ୍କ ଅଧ୍ୟକ୍ଷତାରେ ଆଗାମୀ ମାର୍ଚ୍ଚ ୧୫ରେ ସାରା ଓଡ଼ିଶାରେ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନ ହେବାକୁ ଯାଉଥିବା ବେଳେ ରାୟଗଡ଼ ବ୍ଲକ ସାରା ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବୁଧବାର ବ୍ଲକର ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ଜିଲ୍ଲା ଉପସଭାପତି ଜିରୁ ପାଣି, ଜିଲ୍ଲା ସମ୍ପାଦକ ଭୈରବ ବିଶୋଇ, ଜିଲ୍ଲା ସହ ସମ୍ପାଦକ କିରଣ ସେଠୀ, କୋଷାଧକ୍ଷ ସୁଶାନ୍ତ କୁମାର ପୂଜାରୀ, ଉପଦେଷ୍ଟା ପ୍ରଦୀପ ବୀର ପ୍ରମୁଖ ଯୋଗଦେଇ ସଂଘର ସମସ୍ତ ନୀୟମ ମାନି ପଞ୍ଚାୟତ ସ୍ତରରୁ ବ୍ଲକ ଯାଏ ମହାସଂଘର ନିୟମ ପାଳନ କରି କାର୍ଯ୍ୟ କରିବା ଓ ଷ୍ଟେରୀଙ୍ଗ ଚାଡ ଆନ୍ଦୋଳନ ବେଳେ ମହାସଂଘର ନିୟମ ମାନି ଓ କୌଣସି ବିଶୃଙ୍ଖଳା ନ କରି ଆନ୍ଦୋଳନ କରିବା ପାଇଁ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ପରେ ପଞ୍ଚାୟତ ସ୍ତରରେ କର୍ମକର୍ତ୍ତା ଚୟନ ରେ ମାର୍ଲବା ପଞ୍ଚାୟତର କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଚନ୍ଦ୍ରଶେଖର ଗୌଡ଼ ଓ ସମ୍ପାଦକ କୃତଜ୍ଞ ଆନନ୍ଦଙ୍କୁ ପଞ୍ଚାୟତ ସ୍ତରରେ ଦାୟିତ୍ଵ ଦିଆଯାଇଥିଲା। ଉକ୍ତ ବୈଠକରେ ରାୟଗଡ଼ ବ୍ଲକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ମହାସଂଘ ପକ୍ଷରୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ବ୍ଲକର ପ୍ରାୟ ଦୁଇଶହ ଡ୍ରାଇଭର ଯୋଗଦେଇଥିବା ଦେଖିବାକୁ ମିଳିଛି।