March 9, 2026

ବୁଦ୍ଧଖୋଲ ଉନ୍ନୟନ ସମିତିର ସମୀକ୍ଷକଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ 

IMG-20260116-WA0082
Share

 

ବୁଗୁଡା : ତା ୧୬/୦୧/୨୬ : ସ୍ଥାନୀୟ ପ୍ରସିଦ୍ଧ ପର୍ଯ୍ଯଟନ ସ୍ଥଳୀ ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲର ଉନ୍ନତି କଳ୍ପେ ଗଠିତ ବୁଦ୍ଧଖୋଲ ଉନ୍ନୟନ ସମିତିର ସମୀକ୍ଷକ ଗଙ୍ଗାଧର ବିଷୋୟୀଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଛି। ଗତ ମାସରେ ଏହି ଦାୟିତ୍ବରେ ଥିବା ସୁରେଶ ଚନ୍ଦ୍ର ଦାଶଙ୍ଖ ଇସ୍ତଫା ପ୍ରଦାନ ହେତୁ ସେହି ପଦବୀଟି ଖାଲି ପଡିଥିଲା। ତେବେ ଆସନ୍ତା ମାସରେ ହେବାକୁ ଯାଉଥିବା ବୁଦ୍ଧଖୋଲ ମହୋତ୍ସବର ସୁପରିଚାଳନା ଓ ସଫଳତାକୁ ଦୃଷ୍ଟିରେ ରଖି ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାଧାରଣ ସମ୍ପାଦକ କାର୍ଯ୍ୟ ସମ୍ପାଦନ ପାଇଁ ଗଙ୍ଗାଧର ବିଷୋୟୀଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଥିବା ଜଣାଯାଇଛି।