April 24, 2026

କୋରାପୁଟ,୧୬/୦୧/୨୦୨୬… ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ 

IMG-20260116-WA0090
Share

 

ଓଡ଼ିଶା ରାଜ୍ୟ ସରକାର ଙ୍କ ତରଫ ରୁ,ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଯୋଜନା ଅନୁସାରେ,କୋରାପୁଟ ଜିଲ୍ଲାପାଳ ଙ୍କ ତତ୍ତ୍ଵାବଧାନରେ କୋରାପୁଟ ଠାରୁ ରାୟଗଡ଼ା ଯିବାକୁ ଥିବା ତୀର୍ଥଯାତ୍ରୀ ମାନଙ୍କ ସକାଶେ ଆୟୋଜିତ ହୋଇଥିବା ବସର ଶୁଭାରମ୍ଭ ହୋଇଯାଇଛି । କୋରାପୁଟ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାଏକ ଙ୍କ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ପତାକା ଦେଖାଇ ବସ ଯାତ୍ରା ର ଶୁଭାରମ୍ଭ କରିଥିଲେ ଓ ସମସ୍ତ ତୀର୍ଥ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା କାମନା କରିବା ସହ ସେମାନଙ୍କୁ ତୀର୍ଥ ଯାତ୍ରାପାଇଁ ଉତ୍ସାହିତ କରିଥିଲେ। ଏହି ଯାତ୍ରାରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପାଳିକାରୁ ୧୬୮ ଜଣ ବରିଷ୍ଠ ନାଗରିକ ତୀର୍ଥ ଦର୍ଶନ ନିମନ୍ତେ ଗସ୍ତ କରୁଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଥମେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ କିଛି କିଛି ଜରୁରୀ ଔଷଧ ପ୍ରଦାନ କରାଯାଇଥିଲା। ଆସନ୍ତା କାଲି ଅର୍ଥାତ୍ ଶନିବାର ପୂର୍ବାହ୍ନରେ ସମସ୍ତ ଯାତ୍ରୀ ରାୟଗଡାରୁ ଠାରୁ ଅଯୋଧ୍ୟା ଏବଂ ଏହା ପରେ ବାରାଣାସୀ ଅଭିମୁଖେ ଯାତ୍ରା କରିବେ । ଏହି ଯାତ୍ରା ୬ ଦିନ ପର୍ଯ୍ୟନ୍ତ ରହିବ ଏବଂ ଆସନ୍ତା ୨୨ ତାରିଖରେ ସମସ୍ତ ଯାତ୍ରୀ କୋରାପୁଟ କୁ ପ୍ରତ୍ୟାବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମକୁ ଟାଲିନା ପ୍ରଧାନୀ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ପରିଚାଳନା କରିଥିଲେ I

ଅନେକ ଅନେକ ଧନ୍ୟବାଦ କୋରାପୁଟ ଜିଲ୍ଲାପାଳ ମହୋଦୟ ଓ ଜିଲ୍ଲା ସଂସ୍କୃତି ବିଭାଗ ।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed