April 24, 2026

 ୫ ଦଫା ଦାବୀ ନେଇ ଶ୍ରମିକ ଓ କୃଷକ ମିଳିତ ମଞ୍ଚର ବ୍ଳକ ସମ୍ମୁଖରେ ଗଣ ବିକ୍ଷୋଭ ସଂଗଠିତ

IMG-20260116-WA0069
Share

 

 

ରଣପୁର,୧୬/୧(ଉପାନ୍ତ ଖବର) ଶ୍ରମିକ କୃଷକ ଓ କ୍ଷେତ ମଜଦୁର ୟୁନିୟନ ର ମିଳିତ ଆହ୍ୱାନ କ୍ରମେ ରାଜ୍ୟ ବ୍ୟାପୀ ଅନୁଷ୍ଠିତ ଆନ୍ଦୋଳନ ପରିପ୍ରେକ୍ଷୀ ରେ ରଣପୁର ବ୍ଳକ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା।ସାଥୀ ଗଦାଧର ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ତିନୋଟି ମିଳିତ ସଂଗଠନ ର ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ମାନେ ବିଜେପି ନେତୃତ୍ବାଧୀନ ମୋଦୀ ଓ ମୋହନ ଡବଲ ଇଞ୍ଜିନି ସରକାର ର ଶ୍ରମିକ,କୃଷକ ଓ ଶ୍ରମ ଜୀବି ଜନଗଣ ବିରୋଧି ଓ ମାଲିକ ସପକ୍ଷ ବାଦୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ୪ ଟି ଶ୍ରମ କୋଡ଼, ଭି. ବି.ଆର.ଏମ.ଜି ଯୋଜନା,,୨୦୨୫ ବିହନ ବିପଣନ ଆଇନି, ମୋହନ ସରକାର ର ୨୦୨୫ ବିଦ୍ୟୁତ ବିଲି ଓ ଟାଟା କମ୍ପାନୀ ର ଆଗୁଆ ବିଦ୍ୟୁତ ଦେୟ ଜମା ସହ ସ୍ମାର୍ଟ ମିଟର ବସାଇବା ନିଷ୍ପତି ସମ୍ପୂର୍ଣ୍ଣ ଜନ ବିରୋଧି ବୋଲି ବକ୍ତା ମାନେ କହିଥିଲେ। ୪ଟି ଶ୍ରମ କୋଡ଼ ବାତିଲ ଓ ଶ୍ରମ ଆଇନ କାର୍ଯ୍ୟକାରୀ କରିବା, ବିହନ ବିଲି ୨୦୨୫ ବାତିଲି, ବିଦ୍ୟୁତ ବିଲି ୨୦୨୫ ପ୍ରତ୍ୟାହାର,ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା,ଏମ ଜି ଏନ ଆର ଜି ଏ ଯୋଜନା କାର୍ଯ୍ୟକାରୀ କରିବା ଓ ଭି ବି ଆର ଏମ ଜି ଯୋଜନା ବାତିଲି କରିବା, ଧାନ ମଣ୍ଡିରେ ତୁରନ୍ତ ବିନା କଟଣି ଛଟଣୀ ରେ ଚାଷୀ ଠାରୁ ଧାନ କ୍ରୟ ପାଇଁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ ବେହେରା ଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ୫ ଦଫା ଦାବୀ ପତ୍ର ମହା ମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ସରକାର ଦାବୀ ଗୁଡିକୁ କାର୍ଯ୍ୟ କାରୀ ନ କଲେ ଆଗାମୀ ଫେବୃ୍ୟାରୀ ୧୨ ତାରିଖରେ ଦେଶ ବ୍ୟାପୀ ଧର୍ମଘଟ କାରାଯିବ ବୋଲି ଆନ୍ଦୋଳନ ତରଫରୁ ଚେତାବନି ଦିଆ ଯାଇଛି।

ଏହି ଆନ୍ଦୋଳନ ରେ ରାଜ୍ୟ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, କ୍ଷେତ ମଜଦୁର ନେତା ନିତ୍ୟାନନ୍ଦ ପରିଡ଼ା, ରାଜ୍ୟ ଶ୍ରମିକ ନେତା ସୁରେଶ ସ୍ୱାଇଁ, ଧୁଶାସନ ଜେନା, ସୁଶୀଲ ମହାନ୍ତି, ସବ୍ୟସାଚୀ ସେନାପତି, ଭିକାରୀ ଚରଣ ସାହୁ, କୁଳମଣି ପଲେଇ, ମଞ୍ଜୁଲତା ପ୍ରଧାନ ଓ ଉର୍ମିଳା ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed