April 29, 2026

ରବି ଫସଲ ପାଇଁ ଜଳ ଯୋଗାଣ କଲା ବାଘୁଆ ଜଳସେଚନ ପ୍ରଶାସନ 

IMG-20230116-WA0011
Share

 

ବୁଗୁଡା :ତା ୧୬/୦୧/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ସୋମବାର ଦିନ ସକାଳ ୬ ଘଣ୍ଟ ସମୟରେ ରବି ଫସଲ ସକାଶେ ଦୁଇ କେନାଲ ଦେଇ ଜଳ ଯୋଗାଣ ହୋଇଥିବା ଜଣାପଡିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ବାଘୁଆ ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ ଏବଂ ସହକାରୀ ଯନ୍ତ୍ରୀ କେଶବ ଖଟାଇଙ୍କ ଉପସ୍ଥିତିରେ ଜଳଭଣ୍ଡାରର ବାମ ଓ ଡାହାଣ କେନାଲ ଦେଇ ଉଭୟ ପାର୍ଶ୍ବ ୨୦ କିଲୋମିଟର ପର୍ଯ୍ୟନ୍ତ ଜଳ ଛଡା ଯାଇଛି।  ରବି ଫସଲ ପାଇଁ ଜଳଯୋଗାଣ ବ୍ୟବସ୍ଥା ହୋଇ ଥିବା ନେଇ ଚାଷୀଙ୍କ ମହଲରେ ଖୁସି ପ୍ରକାଶ ପାଇଛି।

You may have missed