March 13, 2026

ବାଲିପଦର ଆଞ୍ଚଳିକ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ କିଶୋରୀ ସ୍ବଛତା କାର୍ଯ୍ୟକ୍ରମ-

IMG-20230116-WA0010
Share

 

ବୁଗୁଡା:-ତା-୧୬-୦୧-୨୦୨୩

ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇ ସରକାର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ କରୁଥିବା ବେଳେ ମହିଳା ମାନଙ୍କ ସ୍ବଛତାକୁ ପ୍ରାଧାନ୍ଯ ଦେଇ ସ୍କୁଲ ଓ କଲେଜ ସ୍ତରରେ ଛାତ୍ରୀ ମାନଙ୍କୁ ସଚେତନତା କରିବା ଲକ୍ଷ୍ଯ ନେଇ କିଶୋରୀ ସ୍ବଛତା କାର୍ଯ୍ୟକ୍ରମ ଅନ୍ୟ ତମ। ଆଜି ବାଲିପଦର ଆଞ୍ଚଳିକ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ଠାରେ ପ୍ରତିଷ୍ଠାନର ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଏକ ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିବାବେଳେ ଅନ୍ୟ ତମ ଅତିଥି ଭାବେ ସୁ ଲେଖିକା ତଥା ସମାଜସେବୀକା ଡି. ପ୍ରଜ୍ଞାଶ୍ରୀ ଆଚାରୀ, ଅଧ୍ୟାପିକା ସ୍ମିତା ରାଣୀ ସାହୁ, ଅଧ୍ୟପିକା ସୁଜାତା କୁମାରୀ ପଟ୍ଟନାୟକ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରୀ ମାନଙ୍କୁ ସ୍ବଛତା ଓ ସ୍ବାସ୍ଥ୍ଯ ହିଁ ସମ୍ପଦ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନ କରାଇ ଥିଲେ। ଏହି ଅବସରରେ ୨୦୦ଶହ ଛାତ୍ରୀ ଙ୍କୁ ନାକ୍ ପିନ୍ ବଣ୍ଟନ କରାଯାଇ ଥିଲା। ଶେଷରେ ସଂଯୋଜିକା ସ୍ମିତା ରାଣୀ ସାହୁ ଧନ୍ଯବାଦ ଅର୍ପଣ କରି ଥିଲେ।